ବିଶ୍ୱ ବନ୍ୟଜନ୍ତୁ ଦିବସ: ଖଣି ଖନନ ଅନୁମତି ଦେବା ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Spread the love
ଭୁବନେଶ୍ୱର, 03/03/2022  (ସନ୍ଧାନ ନିଉଜ) ବିଶ୍ୱ ବନ୍ୟଜନ୍ତୁ ଦିବସକୁ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖରେ ପାଳନ କରାଯାଏ । ଯାହା ଦ୍ୱାରା ଲୋକମାନେ ବନ୍ୟଜନ୍ତୁଙ୍କ ବିଷୟରେ ଜାଣିପାରିବେ । ଏହାସହିତ ଏହାର ସଂରକ୍ଷଣ ମାନବଜାତି ପାଇଁ କାହିଁକି ଏବଂ କିପରି ଲାଭଦାୟକ ସେ ବିଷୟରେ ଜାଣିପାରିବେ । ତେବେ ଏହି ବର୍ଷ ବିଶ୍ୱ ବନ୍ୟଜନ୍ତୁ ଦିବସର ବିଷୟବସ୍ତୁ ହେଉଛି ଇକୋସିଷ୍ଟମ ପାଇଁ ପୁନଃରୁଦ୍ଧାର ପାଇଁ ମୁଖ୍ୟ ପ୍ରଜାତିର ପୁନଃରୁଦ୍ଧାର ।

ରାଜ୍ୟରେ ବନ୍ୟପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ହେଉଛି । ୨୦୧୫ ପରଠାରୁ କେତେ ସଂଘର୍ଷ ଘଟିଲାଣି, କେତେ ବନ୍ୟଜନ୍ତୁ ଏଥିରେ ପ୍ରାଣ ହରାଇଲେଣି, କେତେ ମଣିଷ ମୃତ୍ୟୁ ମୁଥଖରେ ପଡିଲେଣି, ଏହାକୁ ଏଡାଇବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ତାରା ପ୍ରସାଦ ବାହିନୀ ପତି ପ୍ରଶ୍ନ ରଖିଥିଲେ ।

ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକେଶ କେଶରୀ ଆରୁଖ । ସେ କହିଛନ୍ତି ଯେ, ୨୦୧୪ ଆର୍ଥିକ ବର୍ଷଠାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ପ୍ରତିବସ୍‌ଷ ୪୩୧୦ ସ୍ଥାନୀୟ ଲୋକଙ୍କୁ ବନ୍ୟଜନ୍ତୁ ଘଉଡାଇବା, ବନ୍ୟଜନ୍ତୁ ଶିକାରୀ ନିରୋଧକ, ହସ୍ତୀ ସୁରକ୍ଷା ଦଳ ଭାବେ ବନ୍ୟଜନ୍ତୁଙ୍କର ଗତିବିଧି ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ସେହିପରି ହାତୀ-ମନୁଷ୍ୟ ବିବାଦରେର ପ୍ରଶମନ, ହାତୀମାନଙ୍କର ଗତିବିଧି ଉପରେ ନଜର ରଖିବା ଏବଂ ଗ୍ରାମବାସୀମାନଙ୍କୁ ସେ ବିଷୟରେ ଆଗୁଆ ସୂଚନା ପ୍ରଦାନ ଏବଂ ଗ୍ରାମବାସୀମାନଙ୍କୁ ସେ ବିଷୟରେ ଆଗୁଆ ସୂଚାନ ପ୍ରଦାନ କରିବା ପାଇଁ ୨୨୦ ଜଣ ଗଜବନ୍ଧୁମାନଙ୍କୁ ନିୟୋଜିତ କରାଯାଇଛି । ସମସ୍ତ ବନଖଣ୍ଡ ଓ ରାଜ୍ୟ ବନ୍ୟପ୍ରାଣୀସଂସ୍ଥା ମୁଖ୍ୟକାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଅଛି ।

ଏହାସହିତ ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ଦୁର୍ଘଟଣାଜନିତ କେତେ ଏବଂ ଶିକାରୀମାନଙ୍କ ଦ୍ୱାରା କେତେ, ଉକ୍ତ ସବୁ ମୃତ୍ୟୁକୁ ରୋକିବା ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ଏବା ଭବିଷ୍ୟତରେ ନୂତନ ଭାବେ କଣ କଣ ପଦକ୍ଷେପ ନେବାର ଯୋଜନା ଅଛି ବୋଲି ବିଧାୟକ ସୁରେଶ କୁମାର ରାଉତ ରାୟ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତର ଦେବାକୁ ଯାଇ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଛନ୍ତି । ରାଜ୍ୟରେ ଗତ ପାଞ୍ଚ ବର୍ଷ ଯଥା ୨-୧୬-୧୭ ମସିହାରୁ ୨୦୨୦-୨୧ ମହିସା ମଧ୍ୟରେ ୪୦୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେଥିମଦ୍‌ୟରୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୬୨ ରହିଛି । ରେଳରେ ୧୪, ରାସ୍ତାରେ ୪, ବିଦ୍ୟୁତ ଆଘତାରେ ୫୪ ଓ ଅନ୍ୟାନ୍ୟ ୯୦ ଏବଂ ଶିକାରୀମାନଙ୍କ ଦ୍ୱାରା ୧୧ ଗୋଟି ହାତୀଙ୍କର ମୃତ୍ୟୁ ହୋଇଛି ।

ଏହାସହିତ ରାଜ୍ୟରେ ହାତୀ ପରିଚାଳନା ଏବଂ ସୁରକ୍ଷା ପାଇଁ ଅଧିକ ହାତୀ ରହୁଥିବା ଆବାସସ୍ଥଳୀକୁ ନେଇ ୩ ଗୋଟି ହସ୍ତୀ ପ୍ରକଳ୍ପ ଯଥା ମୟୂରଭଞ୍ଜ ହସ୍ତୀ ସଂରକ୍ଷଣ ପ୍ରକଳ୍ପ, ସମ୍ବଲପୁର ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଏବଂ ମହାନଦୀ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଗଠିତ ହୋଇଅଛି ।

ବିଭିନ୍ନ ବନ୍ୟଜୀବ ଆବାସସ୍ଥଳୀ ଯଥା ଅଭୟାରଣ୍ୟ, ହସ୍ତୀ ଆବାସସ୍ଥଳୀ ଏବଂ ପାରମ୍ପାରିକ ହାତୀ ଚଳାପଥ ଗୁଡିକରେ ଜଳାଶୟ ଖନନ, ଖାଦ୍ୟ ଉପଯୋଗା ବୃକ୍ଷରୋପଣ ଓ ତୃଣଭୂମିର ଅଭିବୃଦ୍ଧି ସହିତ ଜଙ୍ଗଲର ଅଦରକାରୀ ଅନାବନା ଗଛ ଗୁଡିକର ମୂଳୋତ୍ପାଟନ, ଖାଇ ଖନନ ବ୍ୟବସ୍ଥା ଆଦି ବାସସ୍ଥଳୀ ବିକାଶ ମୂଳକ କାର୍ଯ୍ୟମାନ କରାଯାଇଅଛି ।

ତେବେ ସମିଳିପାଳ-ହଦଗଡ-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ଓଡିଶା ସରକାରଙ୍କୁ ନିର୍ଦ୍ଦେସ ଦେଇଛନ୍ତି । ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା ୩୬ଏ ଅନୁଯାୟୀ ପାରମ୍ପରିକ ହାତୀ କରିଡରକୁ ସଂରକ୍ଷଣ ରିଜର୍ଭ ଘୋଷଣା ପ୍ରକ୍ରିୟା ତ୍ୱାରାନ୍ୱିତ କରିବା ପାଇଁ ଜଷ୍ଟିସ ଏଲ.ଏନ. ରାଓ ଏବଂ ବିଆର ଗଭାଇ ଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts

About The Author

Add Comment