ଯାଜପୁର ସଦର,୨୧ା୧୦: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ôଥ ବିଶ୍ୱରଂଜନ ମଲିକ ସ୍ୱାଧିନରେ ନିର୍ବାଚନ ଲଢ଼ୁଥିବା ବେଳେ, ବିଜେପି ଦଳରୁ ବିଜେପି ଦଳରୁ ବରୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ôଥଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ିର ପ୍ରାର୍ôଥନୀ ସୁନନ୍ଦା ଦାସଙ୍କ ନିର୍ବାଚନ ଲଢ଼ି ଅଳ୍ପ ବ୍ୟବଧାନ ଭୋଟରେ ସୁନନ୍ଦାଙ୍କ ଠାରୁ ହାରିଯିବା ପରେ ବିଜେପି ଦଳରେ ବିଶ୍ୱ ରହିଥିବା ବେଳେ, ଜିଲ୍ଲା ପରିଷଦ ସରପଂଚ ବିଜେପି ଦଳରୁ ବୋହୁ ସଂଖ୍ୟକ ନିର୍ବାଚିତ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ନିର୍ବାଚନ ମଣ୍ଡଳୀର ବିଶ୍ୱରଂଜନ ମଲିକ ଜଣେ ଯୁବନେତା, ସମାଜସେବୀ ଥିବା ବେଳେ, ତାଙ୍କର ବରୀ ନିର୍ବାଚନ ମଣ୍ଡଳୀ ଉପରେ ବେଶ ପ୍ରଭାବ ରହିଥିଲା । ଯାହାକି ବରୀ ନିର୍ବାଚନ ମଣ୍ଡଳୀର ୨ଥର ପରାଜିତ ହୋଇଥିଲେ । ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବିଜେପି ଦଳରୁ ୨ମାସ ତଳେ ବିଶ୍ୱ ବିଜେଡ଼ିକୁ ଆସୁଥିବା ନେଇ ବୋହୁ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଥିଲା ଯାହାକି ବିଶ୍ୱରଂଜନ ମଲିକ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ବିଶ୍ୱ ଇସ୍ତଫା ପତ୍ର ପଠାଇଥିବା ଜଣାଯାଇଚି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ବରୀ ନିର୍ବାଚନ ମଣ୍ଡଳୀର ବିଶ୍ୱରଂଜନ ମଲିକ ଗତକାଲି ବିଜେପି ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଚି । ପଦ୍ମ ଛାଡ଼ି ଶଙ୍ଖ ଧରିବାକୁ ବିଶ୍ୱରଂଜନ ତାଙ୍କ ଭାଗ୍ୟ ପରୀକ୍ଷା ବରୀରେ କରିବା ପାଇଁ ପ୍ରସ୍ତୁତ ହେଉଥିବା ଶ୍ରୀ ମଲିକ ବିଜେଡ଼ିକୁ ଆସୁଥିବା ଜଣାଯାଇଚି । କେବେ ବିଶ୍ୱରଂଜନ ବିଜେଡ଼ିରେ ଯୋଗ ଦେବେ ତାହା ଚର୍ଚ୍ଚା ଜୋର ଧରିଚି । ଶ୍ରୀ ମଲିକ ଆସିବା ସହିତ ବରୀ ପଂଚାୟତ ସମିତିର ଅଧ୍ୟକ୍ଷା ସୁବାଶିନୀ ଶର୍ମା ଆସୁଥିବା ଜଣାଯାଇଥିବା ବେଳେ, ବରୀ ବ୍ଲକର ଉପାଦକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଏବଂ ଦଳର ୨୪ନଂ ବିଜେପିର ସଭ୍ୟା ରଂଜିତା ସାମଲ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ବିଜେପିର ବରିଷ୍ଠ ନେତା ତୁସାରରଂଜନ ପରିଡ଼ି ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ବେଳେ, ବିଜେପିରୁ ବୋହୁ ବରିଷ୍ଠ ସଭ୍ୟ ବିଜେଡ଼ିରେ ମିଶିବା ଶଙ୍ଖ ବଜାଇବାକୁ ଆଗଭର ହେଉଥିବା ସୂଚନା ମିଳୁଚି । ବିଶ୍ୱ ବିଜେଡ଼ିକୁ କେତେ ବେଳେ, ଆସିବେ ତାହା ବିଜେଡ଼ିର ରାଜନୈତିକ ନୋ ମାନେ ଅଙ୍କ କସୁଥିବା ଦେଖିବାକୁ ମିଳଚି ।
ବିଶ୍ୱ ପଦ୍ମ ଛାଡ଼ି ବରୀରେ ଶଙ୍ଖ ଧରିବେ
|
October 22, 2021 |
