ବିଶ୍ୱଶାନ୍ତି ମହାଯଜ୍ଞ ଓ ୭୦ ତମ ମେଲଣ ମହୋତ୍ସବ ଉଦଯାପିତ

Spread the love

ଧର୍ମଶାଳା (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ସମଗ୍ର ଅଂଚଳରେ ଅଖଣ୍ଡ ଶାନ୍ତି ମୈତ୍ର ଓ ସଂହତି ପ୍ରତିଷ୍ଠା କରିବା ନିର୍ମିତ, ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଂଚାୟତ ଅଧିନ ଏଣ୍ଡଳବା ମାଳହାଟସ୍ଥ ଜଞ୍ଜେଶ୍ୱର ପୀଠରେ ନବମ ବାର୍ଷିକ ପଞ୍ଚଦିବ ସମାକ୍ ନବ କୁଣ୍ଡିୟ ବିଶ୍ୱ କଲ୍ୟାଣ ବିଶ୍ୱ ଶାନ୍ତି ମହାଯଜ୍ଞ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି, ସ୍ଥାନୀୟ ବିଛାଖଣ୍ଡି,କଲାଣ୍ଡ, ପାଟପୁର, ମଞ୍ଜୁରିପ ଡା, ମାଳ, ଏଣ୍ଡଳବା, ପାଇକରାପୁର,ମଠ ସାହି, ମହନ୍ତ ଷୋହଳ ,ସାତମୌଜାର ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଗତ ୧୯/ତାରିଖ ଠାରୁ୨୨ରିଖ ପର୍ଯନ୍ତ ଆୟୋଜିତ ହେଉଥିବା ଏହି ମହା ଜଞ୍ଜୋଉତ୍ସବରେ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ଭିନ୍ନ ଭିନ୍ନ ଦିବସରେ ଅଂକୁରା ରୋପଣ, ବ୍ରତଉତ୍ସବପାଳନ, ମହାଯଜ୍ଞକଳସ ଯାତ୍ରା, ଅଧିବାସ ନିତ୍ୟକର୍ମ,ସୂର୍ଯ୍ୟ ପୂଜା,ଗୋପୂଜା, ଗୁରୁପୂଜା, ଘୃତହୁତି,ପୁର୍ଣ୍ଣାଆ ହୁତି, ଏବଂ ସାଧୁ ସମିଳନୀ ଆଦି ବିବିଧ ଆଧ୍ୟତ୍ମାତିକ କାର୍ଯ୍ୟକ୍ରମ ଯଥା ବିଧି ସମ୍ବବ ରୂପେ ସଂପାଦିତ ହୋଇଥିଲା।ଏହାଛଡ଼ା ଆକର୍ଷଣିୟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଖୁବ୍ ଉପଭୋଗ୍ୟ ହୋଇଥିଲା।ତତ୍ ସହିତ ୭୦ ତମ ମାଳହାଟ ମେଲଣ ମହୋତ୍ସଵ ପାଳିତ ହୋଇଯାଇଥିଲା, ଏଥିରେ ମାଳହାଟ ମେଲଣ କମିଟି ତରଫରୁ ନିମନ୍ତ୍ରିତ ଆଠଗୋଟି ବିମାନ ମେଲଣରେ ହୋରୀଖେଳିବାକୁ ଯୋଗ ଦେଇଥିଲେ, ବିଛା ଖଣ୍ଡି, କଲାଣ୍ଡ, ପାଟପୁର, ଟେଣ୍ଟଳ, ଭାତୁରୀ ପଶି, ସିନ୍ଦୁରିଆ, ମଙ୍ଗଳ ପୁର, ଓ ନିତ୍ୟାନନ୍ଦ ପୁର, ମେଲଣରାତ୍ର ୧୦ଘଟିକା  ଠାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଟିକାରେ ସମାପ୍ତ ହୋଇଥିଲା, କକୀର୍ତ୍ତନ, ଭଜନ, ଗୋଟିପୁଅ ନାଚ, ଘୋଡା ନାଚ, ଲଉଡି ଖେଳ,ଘୁମୁରା ନାଚ ଏମିତି ଅନେକ ମନମୁଗ୍ଧକର କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଭାବ ପ୍ରବଣତା କରିଥିଲା, ମିନାବଜାରରେ ଅନେକ ଲୋଭନୀୟ ଓ ଆକର୍ଷଣିୟ ଜିନିସ ମାନ ଲୋକଙ୍କୁ ଆକୃଷ୍ଟ କରିଥିଲା, ପରିଶେଷରେ ବିମାନ ଗୁଡିକୁ ମଞ୍ଚଉପରେବସାଇ ପୂଜାର୍ଚ୍ଚନା କରି ହୋରୀ ଖେକାଇ ଥିଲେ ,ନିମନ୍ତ୍ରିତହୋଇ ଆସିଥିବା ବିମାନ ଗୁଡିକୁ ବିଦାକି ସହ ପୁଷ୍ପ ମାଲ୍ୟ ଦେଇ ବିଦାୟ ଦେଇଥିଲେ ସ୍ଥାନୀୟ ଆରକ୍ଷୀ ବାହିନୀ ଓ କମିଟି ସଭ୍ୟ ମାନଙ୍କ ଦ୍ବାରା ଶାନ୍ତି ସୁଙ୍ଖଳା ରକ୍ଷା କରାଯାଇଥିଲା।

Related Posts

About The Author

Add Comment