ବିଶ୍ୱରଂଜନ ମଲିକଙ୍କୁ ସମ୍ପାଦକ ଦାୟିତ୍ୱ

Spread the love

ଯାଜପୁର ସଦର, ୧୪/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ସମାଜସେବୀ ଯୁବ ନେତା ବିଶ୍ୱରଂଜନ ମଲିକ ବିଜେଡ଼ିରେ ମିଶିବାପରେ ବିଜେଡ଼ି ସାଂଗଠନିକ ସଂମ୍ପାଦକ ଏବଂ ସଙ୍ଗଠକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ବିକାଶ ଦିଗରେ ଆଗେଇ ଥିବା ବେଳେ, ବରୀ ମାଟିର ଲଢ଼ୁଆପୁଅ ଶ୍ରୀଯୁକ୍ତ ବିଶ୍ୱରଂଜନ ମଲିକଙ୍କୁ ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବାରୁ ବରୀରେ ଖୁସିର ଲହରୀ ଖେଳିଯାଇଚି । ବିଭିନ୍ନ ଯୁବ ବିଜେଡ଼ି ସଂଗଠକ ମାନେ ବିପୁର ସମ୍ବର୍ଦ୍ଧନା ଦେବା ସହିତ ଶ୍ରୀ ମଲିକଙ୍କୁ ପାଛୋଟି ନେଇଥିଲେ । ଆଜି ଶ୍ରୀ ମଲିକ ବରୀ ନିର୍ବାଚନ ମଣ୍ଡଳୀର ମୁଳାପାଳ ଛକାରେ ପହଁଞ୍ôଚବାକ୍ଷଣି ଦଳିୟ କର୍ମଚାରୀମାନେ ଫୁଲତୋଢ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବରୁଆଁ, ଏରବାଙ୍କ, ସୁଜନପୁର, ସାହସପୁର, ଶଙ୍ଖାରିଗଡ଼ା, ଭୁରୁଙ୍ଗା, ବାଲିଆପାଳ, ସନ୍ଥନ, ବରୀମାଉଣ୍ଡ, ବରୀଦରଘା, ଚନ୍ଦନପୁର, ରାମଚନ୍ଦ୍ରପୁରର ଶତାଧିକ ବିଜେଡ଼ି କର୍ମୀ ଶ୍ରୀ ମଲ୍‌ିକଙ୍କୁ ପାଛୋଟି ନେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଶ୍ରୀ ମଲିକ କହିଲେ ମତେ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୁନଷ୍ଟାର ସହିତ ପାଳନ କରିବାପାଇଁ ବଦ୍ଧପରିକର । ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଶ୍ରୀ ମଲିକ କୃତଜ୍ଞତା ଜଣାଇବା ସହିତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment