ବିଶ୍ୱକୁ ଠକି ଚାଲିଛି ଉତ୍ତରକୋରିଆ, ଗୋପନରେ ଚାଲୁ ରଖିଛି ଆଣବିକ କାର୍ଯ୍ୟକ୍ରମ

Spread the love

ଓ୍ଵାସିଂଟନ, ୨୨/୧୧(ସନ୍ଧାନ ନିୟୁଜ): ସାରା ବିଶ୍ୱକୁ ଠକି ଚାଲିଛି ଉତ୍ତରକୋରିଆ । ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଉତ୍ତରକୋରିଆ ଗତ ଜୁନ ମାସରେ ଆମେରିକା ଓ ଦକ୍ଷିଣ କୋରିଆକୁ ପ୍ରତିଶ୍ରୁତି ଦେଇଥିବାସତ୍ତ୍ୱେ ଗୋପନରେ ନିଜର ଆଣବିକ କାର୍ଯ୍ୟକ୍ରମ ଚାଲୁରଖିଛି । ଏକଥା ଜାଣିବାକୁ ପାଇଛି ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ।

ଗତ ଏପ୍ରିଲ ମାସରେ କିମ୍‌ ଜଙ୍ଗ ୟୁନ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁ ଜେ ଇନଙ୍କ ମଧ୍ୟରେ କଥାବାର୍ତ୍ତା ପରେ କୋରିଆ ଉପଦ୍ୱୀପରେ ପରମାଣୁ ନିରସ୍ତୀକରଣ ପାଇଁ ଉଭୟ ଦେଶ ସହମତ ହୋଇଥିଲେ। ଏହା ସହିତ ବିଗତ ଅନେକ ଦଶନ୍ଧୀ ଧରି ଚାଲିଥିବା କୋରିଆ ଯୁଦ୍ଧକୁ ସମାପ୍ତ କରିବାକୁ ମଧ୍ୟ ଉଭୟେ ରାଜି ହୋଇଥିଲେ । ଆହୁରି ମଧ୍ୟ ଉତ୍ତର ଓ ଦକ୍ଷିଣ କୋରିଆ ସୀମାକୁ ଏକ ଶାନ୍ତ ଅଂଚଳରେ ପରିଣତ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ । ଆମେରିକାକୁ ମଧ୍ୟ ଉତ୍ତର କୋରିଆ ସମାନ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏବେ ସ୍ଥିତି ବଦଳିବା ଭଳି ଲାଗୁଛି ।

Related Posts

About The Author

Add Comment