ଲିଡସ୍, ୨୧/ ୬ (ସନ୍ଧାନ ନିୟୁଜ): ଆଇସିସି ବିଶ୍ୱକପ୍ର ୨୭ତମ ମ୍ୟାଚ୍ରେ ଶୁକ୍ରବାର ଶ୍ରୀଲଙ୍କା ରୋମାଂଚକ ସ୍ଥିତିରେ ଇଂଲଣ୍ଡ ବିପକ୍ଷରେ ୨୦ ରନ୍ରେ ବିଜୟୀ ହୋଇଛି। ଚଳିତ ବିଶ୍ୱକପ୍ର ସବୁଠାର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଶ୍ରୀଲଙ୍କା ଜିତିବ ବୋଲି ଅନୁମାନ କରାଯାଉଥିବା ବେଳେ ଇଂଲଣ୍ଡର ବେନ୍ ଷ୍ଟୋକସ୍ ବୋଲରଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲେ। ମାତ୍ର ଶେଷ ଓ୍ଵିକେଟରେ ଇଂଲଣ୍ଡ ଖେଳୁଥିବାରୁ ମାର୍କ ଉଡ ନିଜକୁ ବଂଚାଇ ପାରିନଥିଲେ। ଶ୍ରୀଲଙ୍କା ଶେଷ ଓ୍ଵିକେଟ୍ରେ ମାର୍କଉଡକୁ ଆଉଟ୍ କରି ଏହି ମ୍ୟାଚ୍ ଜିତିଛି। ଇଂଲଣ୍ଡ ୪୭ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୨ ରନ୍ କରିଛି।
ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୩୨ ରନ୍ର ସହଜ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ମାତ୍ର ଆରମ୍ଭରୁ ଟିମ୍କୁ ଝଟକା ଲାଗିଥିଲା। ସ୍କୋର ୧ ରନ୍ରେ ଓପନ୍ର ଜନି ବେୟାରଷ୍ଟୋ ଆଉଟ୍ ହୋଇଥିଲେ। ଜେମସ୍ ଭିନ୍ସ ମଧ୍ୟ ଅଧିକ ସମୟ ପଡ଼ିଆରେ ରହିପାରି ନଥିଲେ। ସ୍କୋର ୨୬ ରନ୍ ବେଳକୁ ସେ ଆଉଟ୍ ହୋଇଥିଲେ। ସେହିପରି ସ୍କୋର ୭୩ ରନ୍ରେ ଅଧିନାୟକ ଇଅନ ମୋର୍ଗାନ, ୧୨୭ ରନ୍ରେ ଜୋଏ ରୁଟ, ୧୪୪ ରନ୍ରେ ଜୋସ୍ ବଟଲର ଓ ୧୭୦ ରନ୍ରେ ମୋଇନ୍ ଅଲି ଆଉଟ୍ ହୋଇଥିଲେ। ସେହିପରି ଶ୍ରୀଲଙ୍କାର ସପ୍ତମ ଶିକାର ହୋଇଥିଲେ କ୍ରିସ ଓ୍ଵକସ, ୧୭୮ ରନ୍ରେ ଆଦିଲ ରସିଦ ଓ ୧୮୬ ରନ୍ରେ ଜୋଫ୍ରା ଆର୍ଚ୍ଚର ପାଭଲିଅନ ଫେରିଥିଲେ।
ଇଂଲଣ୍ଡ ସ୍କୋରବୋର୍ଡ
ଜେମସ୍ ଭିନସ୍: କ-କୁଶାଲ-ବୋ-ମାଲିଙ୍ଗା, ୧୪ ରନ୍, ୧୮ ବଲ, ୨ ଚୌକା
ଜନି ବେୟାରଷ୍ଟୋ: ଏଲବିଡବ୍ଲୁ-ମାଲିଙ୍ଗା, ୦ ରନ୍, ୧ ବଲ
ଜୋଏ ରୁଟ: କ-କୁଶାଲ-ବୋ-ମାଲିଙ୍ଗା, ୫୭ ରନ୍, ୮୯ ବଲ, ୩ ଚୌକା
ଇଅନ ମୋର୍ଗାନ: କ-ବୋ- ଉଦାନା, ୨୧ ରନ୍, ୩୫ ବଲ, ୨ ଚୌକା
ବେନ୍ ଷ୍ଟୋକସ୍: ଅପରାଜିତ ୮୨ ରନ୍, ୮୯ ବଲ, ୭ ଚୌକା, ୪ ଛକା
ଜୋସ୍ ବଟଲର: ଏଲ୍ବିଡବ୍ଲୁ-ବୋ-ମାଲିଙ୍ଗା, ୧୦ ରନ୍, ୯ ବଲ୍, ୧ ଚୌକା
ମୋଇନ୍ ଅଲି: କ-ଉଦାନା-ବୋ-ଧନଂଜୟ, ୧୬ ରନ୍, ୨୦ ବଲ, ୧ ଛକା
କ୍ରିସ୍ ଓ୍ଵକସ୍: କ-କୁଶାଲ-ବୋ-ଧନଂଜୟ, ୨ ରନ, ୪ ବଲ
ଆଦିଲ ରସିଦ୍: କ-କୁଶାଲ-ବୋ-ଧନଂଜୟ, ୧ ରନ୍, ୨ ବଲ
ଜୋଫ୍ରା ଆର୍ଚ୍ଚର: କ-ଥିରସା-ବୋ-ଉଦାନା, ୩ ରନ୍, ୧୧ ବଲ
ମାର୍କ ଉଡ୍: କୁଶାଲ-ବୋ-ପ୍ରଦୀପ, ୦ ରନ୍, ୪ ବଲ
ଅତିରିକ୍ତ: ୬ ରନ୍ (ଲେଗବାଏ ୧, ଓ୍ଵାଇଡ ୫)
ମୋଟ: ୨୧୨ ରନ୍ (୧୦ ଓ୍ଵିକେଟ, ୪୭ଓଭର)



