ବିଶ୍ଵ ମାତୃଭାଷା ଦିବସ ପାଳିତ

Spread the love

ତିହିଡ଼ି, (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ପାଳିଆ ବିନ୍ଧା ନୋଡାଲ ସ୍କୁଲ୍ ରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି। ଉକ୍ତ ମାତୃଭାଷା ଦିବସ ପାଳନ ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିପ୍ତିକାନ୍ତ ପଣ୍ଡାଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଉକ୍ତ ସଭା ରେ ପରିଚାଳନା କମିଟି ର ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜୀବ ଦାଶ ଓ ସନ୍ତୋଷ ପାଣିଗ୍ରାହୀ ମାତୃଭାଷା ର ଗୁରୁତ୍ଵ ଏବଂ ଭୂମିକା ସଂପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭା ଶେଷ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଚିତ୍ରାଙ୍କନ ରେ ଆଠ ଜଣ, ଓ ରଚନା ଲିଖନ ରେ ଚାରି ଜଣ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ। ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ସ୍ଥାନରେ ରହିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇ ଥିଲେ। ସଭା ଶେଷ ରେ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବ୍ରଜ କିଶୋର ବାରିକ୍ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ମଧୁସ୍ମିତା ଖିଲାର, ଗିତିଶ୍ରି ମିଶ୍ର ଏବଂ ଶିକ୍ଷକ ପ୍ରତାପ ବିଶ୍ୱାଳ ସହଯୋଗ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment