ବାଲିଗୁଡା,ତା, ୧୭/୦୯/୨୫: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ। ଟାଉନର ବିଭିନ୍ନ ଗ୍ୟାରେଜ, ସର୍ଭିସ ସେଣ୍ଟର, ଶୋ’ରୁମ୍ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଛି। ଏହା ସହିତ ସହରରେ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଘରୋଇ ମୋଟର କର୍ମଚାରୀ ସଂଘ ଓ ମହାରଣା ଇଣ୍ଟରରିୟର ଓ ଡିଜାଇନ ପରିସରରେ ମଧ୍ୟ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ଅନେକ ପୂଜା ମଣ୍ଡପରେ ବିଶ୍ୱକର୍ମା ମୂର୍ତ୍ତି ଓ ମେଢ ବେଶ ଆକର୍ଷଣୀୟ ହୋଇଥିବା ବେଳେ କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ମୁର୍ତ୍ତି ନିର୍ମାଣ ହୋଇଛି। ସନ୍ଧ୍ୟା ରେ ଭକ୍ତ ମାନେ ପୂଜା ମଣ୍ଡପରେ ଦର୍ଶନ ନେଉଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l
ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର
|
September 19, 2025 |



