ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୪୯.୬୯ ଲକ୍ଷ ଲୋକ ମୃତ, ୨୪.୪୭ କୋଟି ସଂକ୍ରମିତ

Spread the love

ନୂଆଦିଲ୍ଲୀ, ୨୬/୧୦/୨୦୨୧ (ସନ୍ଧାନ ନିଉଜ) : ବିଶ୍ବବ୍ୟାପୀ କରୋନା ଭାଇରସ ମହାମାରୀରେ ୪୯.୬୯ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହି ମାରାତ୍ମକ ଭାଇସରରେ ୨୪ କୋଟି ୪୭ ଲକ୍ଷ ଲୋକ ସଂକ୍ରମିତ ହୋଇଛିନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୩ ଲକ୍ଷ ୧୪ ହଜାର ୫୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୯୬୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୪୭ ଲକ୍ଷ ୬୯ ହଜାର ୭୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୯ ଲକ୍ଷ ୬୯ ହଜାର ୨୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୧୮ ଲକ୍ଷ ୩୫ ହଜାର ୬୯୬ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୭୯ ଲକ୍ଷ ୬୪ ହଜାର ୮୩୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୭୫ ହଜାର ୨୬ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଆମେରିକା: ୪କୋଟି ୬୩ ଲକ୍ଷ ୮୬ ହଜାର ୫୯୨ ସଂକ୍ରମିତ, ୭ଲକ୍ଷ ୫୭ ହଜାର ୨୪୨ ମୃତ

ବ୍ରାଜିଲ: ୨ କୋଟି ୧୭ ଲକ୍ଷ ୩୫ ହଜାର ୫୬୦ ସଂକ୍ରମିତ, ୬ ଲକ୍ଷ ୫ ହଜାର ୮୮୪ ମୃତ

ବ୍ରିଟେନ: ୮୮ ଲକ୍ଷ ୯ ହଜାର ୭୭୪ ସଂକ୍ରମିତ, ୧ ଲକ୍ଷ ୩୯ ହଜାର ୫୭୧ ମୃତ

ରୁଷିଆ: ୮୨ ଲକ୍ଷ ୭୯ ହଜାର ୫୭୩ ସଂକ୍ରମିତ, ୨ ଲକ୍ଷ ୩୧ ହଜାର ୬୬୯ ମୃତ

ତୁର୍କୀ: ୭୮ ଲକ୍ଷ ୭୯ ହଜାର ୪୬୮ ସଂକ୍ରମିତ, ୬୯ ହଜାର ୩୪୪ ମୃତ

ଫ୍ରାନ୍ସ: ୭୧ ଲକ୍ଷ ୨୭ ହଜାର ୧୬୩ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୫୦୮ ମୃତ

ଇରାନ: ୫୮ ଲକ୍ଷ ୬୮ ହଜାର ୩୬୦ ସଂକ୍ରମିତ, ୧ ଲକ୍ଷ ୨୫ ହଜାର ୩୬୩ ମୃତ

ଆର୍ଜେଣ୍ଟିନା: ୫୨ ଲକ୍ଷ ୮୧ ହଜାର ୫୮୫ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୫୮୧ ମୃତ

Related Posts

About The Author

Add Comment