ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ଆଗେଇଚାଲିଛି ରଥ କାର୍ଯ୍ୟ

Spread the love

ପୁରୀ, ୩୧/୫ (ସନ୍ଧାନ ନିୟୁଜ) : ଆଉ ମାସେ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ଚକଡେରା କାମ ଅନୁକୂଳ ପରେ ମହାରଣା ସେବକମାନେ ଅର, ପଇ ଆଦି ସଂଯୋଗ କାମକୁ ତତ୍ପରତାର ସହ ଆଗେଇ ନେଇଛନ୍ତି। ଏହା ଭିତରେ ତୁମ୍ବ ସହ ଅର, ପଇ ସଂଯୋଗ ହୋଇଥିବା ବେଳେ ତିନି ରଥର ଏକାଧିକ ଚକ ନିର୍ମାଣ ହୋଇଛି। ବାକି ଚକ କାମକୁ ମହାରଣା ସେବକମାନେ ଶେଷ କରିବା ଲାଗି ଦିନରାତି ଏକ କରିଛନ୍ତି। ଫଟା ପଡ଼ିଥିବା ଚକ ବଦଳରେ ନୂଆ ତୁମ୍ବ ବି ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ଆବଶ୍ୟକ କାଠ ରଥଖଳାକୁ ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ତିନି ରଥ ପାଇଁ ଗୁଜ କାମ ଆରମ୍ଭ ହୋଇଛି। ବରିଷ୍ଠ ଚିତ୍ରକରଙ୍କ ପରାମର୍ଶ କ୍ରମେ କୁନି କୁନି ଚିତ୍ରକରମାନେ ନିହଣ ଓ ବାରିସିରେ କାଠକୁ ଭିନ୍ନ ରୂପ ଦେବା ଆରମ୍ଭ କରିଛନ୍ତି।

Related Posts

About The Author

Add Comment