ବିଶୋଇ ସାର୍ନା ଛକରେ ଗ୍ୟାସ ଗାଡି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ, ଜଣେ ଗୁରୁତର

Spread the love
ରାଇରଙ୍ଗପୁର,୨୮/୦୯ (ସନ୍ଧାନ ନିଉଜ/ପରେଶ ଚନ୍ଦ୍ର ଷଡ଼ଙ୍ଗୀ ) -ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବଜାର ନିକଟସ୍ଥ ସାନ୍ନା ଛକରେ ସୋମବାର ଦିନ ୧.୪୯ମିନିଟ ପାଖାପାଖି ସମୟରେ ଏକ ଇଣ୍ଡେନ ଗ୍ୟାସ୍ ସିଲିଣ୍ଡର୍ ଗାଡି ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇ ଅଙ୍ଗନବାଡ଼ି ଦିଦି ଏବ°ଜଣଙ୍କସ୍ବାମୀ ଛିଡା ହୋଇ ଥିବାବେଳେ ହଠାତ୍ ଆସି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଅଙ୍ଗନବାଡ଼ି ଦିଦିଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ସ୍ବାମୀ ଏବ° ଅନ୍ୟଜଣେ ଅଙ୍ଗନବାଡ଼ି ଦିଦି ଗୁରୁତର ହୋଇଥିଲେ ସେମାନଙ୍କୁ ସ°ଗେ ସ°ଗେ ୧୦୮ ଆମ୍ବୁଲାନ୍ସ ରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା ସେଠାରେ ସୁକୁରା ମୁଣ୍ଡା (୪୫)ଙ୍କ ମୃତ୍ୟୁ ହୋଇଥିଲା ସୁକୁରା ମୁଣ୍ଡା ଏବ°ତଙ୍କସ୍ତ୍ରୀସାବିତ୍ରୀ ମୁଣ୍ଡା (୪୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ଅନ୍ୟଜଣେ ଅଙ୍ଗନବାଡ଼ି ଦିଦି ନିରୁପମା ହେମ୍ବ୍ରମ (୪୫) ତାଙ୍କର ତଥା ଏବ°ପିଠିରେ ମାଡ ହୋଇଛି ।ସେ ମଧ୍ୟ ଗୁରୁତର । ସୂଚନାଯୋଗ୍ୟ ଯେ ଆଜି ବିଶୋଇ ଅଙ୍ଗନବାଡ଼ି କେନ୍ଦ୍ରରେଅଙ୍ଗନବାଡି ଦିଦି ମାନଙ୍କର ଏକ ବୈଠକ ଥିଲା । ବୈଠକ ସାରି ସେମାନେ ଘରକୁ ଫେର୍କରିବା ପାଇଁ ଆସି ସାର୍ନାଛକରେ ଠିଆ ହୋଇଥିଲା ବେଳେ ଏଭଳି ଏକ ଅଭାବନୀୟ ଦୁର୍ଘଟଣାର ଶିକାର ହୋଇଥିଲେ ।ଖବର ପାଇ ଅଙ୍ଗନବାଡ଼ି ସ°ଘର କର୍ମକର୍ତ୍ତା ମାନେ ରାଇରଙ୍ଗପୁର ଡାକ୍ତରଖାନା ଛୁଟି ଆସିଥିଲେ । ରାଇରଙ୍ଗପୁର ହସ୍ପିଟାଲ ରେ ଜନ ଗହଳି ହୋଇଛି । ସେଠାରେ ଏକ ଶୋକାକୁଳ ପରିବେଶ ହୋଇଛି । ମୃତ ସ୍ବାମୀ ସ୍ତ୍ରୀ ଙ୍କ ଘର ବିଶୋଇ ଥାନା ଅନ୍ତର୍ଗତ ନଙ୍ଗଳ ବେଣ୍ଟା ପୋଖରୀଆ ପଞ୍ଚାୟତ ର ଅସନଶିକଳ ଗାଁ ଏବ°ଗୁରୁତର ନିରୁପମା ଙ୍କ ଘର ଘୋଳାବିନ୍ଧା । ଗୁରୁତର ନିରୁପମା ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି ।

Related Posts

About The Author

Add Comment