ବିଶୋଇ, ୧୩/୧୦/୨୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) – ବିଶୋଇ ବ୍ଲକର ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତ ଅଧୀନ ଅସନସିକଡ ଗ୍ରାମର ଅଙ୍ଗନବାଡି କର୍ମୀ ସାବିତ୍ରୀ ମୁଣ୍ଡା(୪୫) ଗତ ୨୮ ସେପ୍ଟେମର ଦିନ ଏକ ଟ୍ରକ ଧକ୍କା ଦୁର୍ଘଟଣାରେ ଶୋଚନୀୟ ଭାବେ ମୃତ୍ୟ ହୋଇଯିବାରୁ ତାଙ୍କ ପରିବାର ୪ ପ୍ରାଣୀ କୁଟୁମ୍,ଅତି ଅସହାୟ ହୋଇପଡ଼ିଥିଲେ। ସୂଚନା ଥାଉକି ଗତ ୨୮ ସେପ୍ଟେମ୍ବର ଦିନ ବିଶୋଇ ବ୍ଳକର ଏକ ଅଙ୍ଗନବାଡି ସଭାରେ ଯୋଗଦେଇ ଗାଁକୁ ଫେରିବା ବେଳେ ବିଶୋଇ ଥାନା ଅନ୍ତର୍ଗତ ସାଣ୍ଡୀଛକ ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକ ତାଙ୍କ ଉପରେ ମାଡିଯିବାରୁ ମୃତ୍ୟଘଟିଥୁଲା । ଏହି ମର୍ମନ୍ତୁତ ଦୁର୍ଘଟଣାରେ ସାବିତ୍ରୀ ମୁଣ୍ଡା (୪୫), ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ସୁକ୍ରା ମୁଣ୍ଡା ମଧ୍ୟ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। ଉଲ୍ଲେଖନୀୟ ଯେ, ମୃତ ସୁକ୍ରାମୁଣ୍ଡା ପରିବାରର ଏକମାତ୍ର ରୋଜଗାର କ୍ଷମବ୍ୟକ୍ତି ତାଙ୍କ ସ୍ତ୍ରୀ ସାବିତ୍ରୀ ମୁଣ୍ଡା ଦୁର୍ଘଟଣାରେ ଅକାଳ ମୃତ୍ୟୁ ପାଇଁ ପରିବାର ତିନିଜଣ ନାବାଳକ ପୁଅଝିଅ ଅତି ଅସହାୟ ହୋଇ ପଡ଼ିଥିଲେ । ଏକ ସଙ୍ଗେ ବାପାମା’ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯିବାରୁ ୪ଜଣ ଛୋଟବଡ ଭାଇଭଉଣୀ ତାଙ୍କ ଆଖୁରୁ ଦିନରାତି ଝରୁଥିଲା ଲୁହରଧାର। ଖବର ପାଇ ରାଜ୍ୟ ଅଙ୍ଗନୱାଡି କର୍ମୀ ମହାସଂଘର ଅଧିକ୍ଷା ନିନ୍ଦୀନି ପଣ୍ଡା ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଅସହାୟ ୪ ପିଲାଙ୍କ ଘରେ ପହଚ ପ୍ରାଥମିକ ସହାୟତା ପ୍ରଦାନ କରିବା ସହ ଅଧୁକ ସରକାରୀ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ । ଏହି ଦୁର୍ଭାଗ୍ୟ ଜନକ ଘଟଣା ସମ୍ପର୍କରେ ଶ୍ରୀମତୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାଶଙ୍କୁ ଅବଗତ କରି ରାଜ୍ୟ ସରକାରୀ ସହାୟତା ନିବେଦନ କରିଥିଲେ। ସୋବାର ରାଜୁ ମନ୍ତ୍ରୀ ସୁଦାମ୍ ୨ ମାଣ୍ଡି ବାପା ମା ଛେଉଣ୍ଡ ୪ଜଣ ଭାଇଭଉଣୀଙ୍କୁ, ନିଜ ଭିଟାମାଟିରେ ପହଞ୍ଚି ସେମାନଙ୍କୁ ସାନ୍ତନା ଦେବା ସହ ୨ ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ଚେକ୍ । ଆକାରରେ ପ୍ରଦାନ କରିଥିଲେ । ଏଥିସହିତ ପିତୃମାତୃହୀନ ୪ ପୁଅ ଝିଅଙ୍କ ଉପଯୁକ୍ତ ପାଠପଢାର ବ୍ୟବସ୍ଥା କରିବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯଥାଶୀଘ୍ର ଯୋଗାଇ ଦେବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ମାଣ୍ଡିଙ୍କ ସହ ବିଜେଡି ରାଜ୍ୟ ସମ୍ପାଦକ ଡଃ. ଦେବାଶିଷ ମାଣ୍ଡି, ବରିଷ୍ଠ ବିଜେଡି ନେତା ରତିକାନ୍ତ ପରିଛା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଚକ୍ରଧର ହେମ୍ରମ, ମୟୂରଭଞ୍ଜ ସଦର-୨ ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଉପସ୍ଥିତଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅଙ୍ଗନୱାଡି ଅଧ୍ୟକ୍ଷା ନନ୍ଦିନି ପଣ୍ଡା, ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ସୌଭାଗ୍ୟ ମଞ୍ଜରୀ କରଣ, କୋଷାଧ୍ୟକ୍ଷ ନନ୍ଦିତା ଦତ୍ତ, ଉପସଭାପତି କମଳା ମହାନ୍ତ, ବିଶୋଇ ବ୍ଲକ ସଭାପତି ସଂଯୁକ୍ତା ସେଠୀ, ବିଜେଡି ସାଧାରଣ ସମ୍ପାଦକ ଖେଲାରାମ ଟୁଡୁ, ସୁଶାନ୍ତ ମହାନ୍ତି, ରାମଲାଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଶୋଇ ଦୁର୍ଘଟଣାରେ ମୃତ ଅଙ୍ଗନବାଡି କର୍ମୀଙ୍କ ଅସହାୟ ପରିବାରକୁ ରାଜସ୍ବମନ୍ତ୍ରୀଙ୍କ ସହାୟତା
|
October 13, 2020 |