ବୈପାରିଗୁଡା,୨୫/୭ (ସନ୍ଧାନ ନିୟୁଜ ) – ବୈପାରୀଗୁଡା ଥାନା ଅନ୍ତର୍ଗତ ପୂଜାରୀ ଗୁଡା ପଞ୍ଚାୟତର ନୂଆଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି | ଖବର ରୁ ପ୍ରକାଶ ଯେ,ନୂଆଗୁଡା ଗ୍ରାମର କୋମଳ ଲୋଚନ ମୀନରବାଲିଆଙ୍କ ଜମିରେ ଚାଷ କାମରେ ଲାଗିଥିବା ଟ୍ରାକ୍ଟର କାଦୁଅରେ
ଫସିଯାଇଥିଲା |ଯାହା ଫଳରେ ଗାଡି ଚାଳକ ଭାରସାମ୍ୟ ହରାଇବା ଯୋଗୁଁ ଟ୍ରାକ୍ଟର ଓଲଟି ଯାଇଥିଲା ଏବଂ ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |ମୃତ ବ୍ୟକ୍ତି ଜଣକ ବୈପାରୀଗୁଡା ବ୍ଲକ ଚିପାକୁର ଗ୍ରାମର ଲଷ୍ମଣ ନାୟକଙ୍କ ପୁଅ ଚୈତନ ନାୟକ (୨୩) ବୋଲି ଜଣାପଡିଛି |ଏହି ଘଟଣା ଘଟିବା ସାଙ୍ଗେ ସାଙ୍ଗେ ଗ୍ରାମବାସୀ ଚୈତନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଜଣେଇଥିଲେ | ବୈପାରୀଗୁଡା ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଜମି କାଦୁଅ ଓ ଟ୍ରାକ୍ଟର ମଝିରେ ଫସିଥିବା ମର ଶରୀରକୁ ଉଦ୍ଧାର କରିଥିଲେ | ଘଟଣା ସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ମର ଶରୀରକୁ ବ୍ୟବଛେଦ ପାଇଁ ମେଡିକାଲ ପଠାଇଥିଲେ | ଶବ ବ୍ୟବଛେଦ ପରେ ପରିବାରକୁ ହସାନ୍ତର କରାଯିବ ବୋଲି ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି |
ରିପୋର୍ଟ – ସରୋଜ କୁମାର ଲେଙ୍କା ।