ବିରାଟ ଶୋଭାଯାତ୍ରାରେ ଯାଇ ପାର୍ଥୀ ପତ୍ର ଦାଖଲ କଲେ ଅମର
ବିରାଟ ଶୋଭାଯାତ୍ରାରେ ଯାଇ ପାର୍ଥୀ ପତ୍ର ଦାଖଲ କଲେ ଅମର
Manas Kumar Rout |
April 3, 2019 |
ଯାଜପୁର, (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ) ବଡଚଣାର ବିଜେପି ବିଧାୟକ ପାର୍ଥୀ ଅମର ନାୟକ ଆଜି ପ୍ରସିଦ୍ଧ ଶୈବପୀଠ ମହାବିନାୟକ ନକଟରେ ପୂଜାର୍ଚ୍ଚନା ସାରି ବିରାଟ ଶୋଭାଯାତ୍ରରେ ଚଣ୍ଡିଖୋଲ ପରିକ୍ରମା କରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜର ପାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଏହି ବିରାଟ ଶୋଭାଯାତ୍ରାରେ ବହୁ ସାଧରଣ ଜନତା ଏବଂ କର୍ମୀ ସ୍ୱତପୂର୍ତ୍ତ ଭାବେ ଯୋଗଦେଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପଂହଚିଥିଲେ । ଏହି ଶୋଭାଯାତ୍ରାର ବିଶାଳତା ଯୋଗୁ ଚଣ୍ଡିଖୋଲରେ ଦେଇ ଯାଇଥିବା ଜାତୀୟ ରାଜପଥ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ତେବେ ଶୋଭାଯାତ୍ରାର ବିଶାଳତା ବିରୋଧୀଙ୍କ ଶିବରରେ ଛନଙ୍କା ପଶିଥିବା ବେଳେ ଏଥିର ବଡଚଣାରେ ପରିବର୍ତ୍ତନ ନିଶ୍ଚିତ ବୋଲି ବଡଚଣା ଅଂଚଳରେ ବେଶ ରାଜନୌତିକ ଚର୍ଚ୍ଚା ଚାଲିଛି ।
Related Posts
About The Author