ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାର

Spread the love

ସୁନ୍ଦରଗଡ ତା:୨/୨/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବନଖଣ୍ଡ ଅନ୍ତର୍ଗତ ଡ଼ମକୁଡ଼ା ଗ୍ରାମରେ ଏକ ବିରଳ ଗରୁଡ଼ ପକ୍ଷୀ ଛୁଆ ଉଦ୍ଧାର କରାଯାଇଛି । ଆଜି ଭୋର ସକାଳେ ଡ଼ମକୁଡ଼ା ଜଙ୍ଗଲରୁ ଏକ ଗରୁଡ଼ ପକ୍ଷୀ ଉଡି ଆସି ଶିଵଲାଲ ଡ଼ନସନାଙ୍କ ବାରିପଟେ ଆସି ଭୋକରେ ଆଉଟୁ ପାଉଟୁ ହେଉଥିବା ଦେଖି ତାକୁ ଉଦ୍ଧାର କରି ପାଣି ସହିତ ଖାଦ୍ୟ ଦେଇ ତାର କ୍ଷୁଧା ମେଣ୍ଟାଇଥିଲେ । ଏହି ବିରଳ ଛୁଆ ଗରୁଡ଼ ପକ୍ଷୀକୁ ଅଂଚଳର କେତେକ ଲୋକ ଚିନ୍ହଟ କରି ଜଙ୍ଗଲ ମଧ୍ୟେ ଛାଡି ଦେଇଥିଲେ ।
ଏହି ଗରୁଡ଼ ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଚିନ୍ହଟ ଅନୁସାରେ ଏହି ପ୍ରଜାତିର ପକ୍ଷୀ ରାମାୟଣରେ
ସୀତା ମାତାର ଉଦ୍ଧାର ପାଇଁ ନିଜ ଜୀବନ ଦେଇଥିବାର ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

Related Posts

About The Author

Add Comment