ବିରଞ୍ଚି ନାରାୟଣ ଶିଶୁ ବିଦ୍ୟା ପୀଠର ସପ୍ତଦଶତମ ବାର୍ଷିକ ଉତ୍ସବ ପାଳିତ

Spread the love

ତିହିଡ଼ି : ୧/୨/୨୬ (ସନ୍ଧାନ ନ୍ୟୁଜ ) ବ୍ଲକ ଅନ୍ତର୍ଗତ ପାଳିଆ ବିରଞ୍ଚି ନାରାୟଣ ଶିଶୁ ବିଦ୍ୟା ପୀଠ ପାଳିର ସପ୍ତଦଶତମ ବାର୍ଷିକ ଉତ୍ସବ ପାଳନ କରିଛି। ଉକ୍ତ ଉତ୍ସବ ରେ ମୂଖ୍ୟ ଅତିଥି ଭାବ ରେ ଯୋଗ ଦେଇଥିଲେ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ବାରିକ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପାଳିଆ କଲେଜ ର ଓଡିଆ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱରଂଜନ ଦାଶ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ଦୈନିକ ସମାଜ ର ପ୍ରତିନିଧି ରାମ ନାରାୟଣ ନାୟକ ଓ ବରିଷ୍ଠ ଶିକ୍ଷକ ଦୀନରଞ୍ଜନ ପାଢ଼ୀ। ଅନ୍ୟ ତମ ଅତିଥି ଭାବରେ ଯୋଗଦେଇ ଥିଲେ ପୂର୍ବତନ ଶିକ୍ଷା ସଂଯୋଜକ ସନ୍ତୋଷ କୁମାର ପାଣିଗ୍ରାହୀ, ଓ ଦେବବ୍ରତ ଶତପଥୀ। ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରି ଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବି ନାରାୟଣ ଦୀକ୍ଷିତ। ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ରାଣୀ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଜି ର ଶିକ୍ଷା ବ୍ୟବସ୍ଥା ଉପରେ ସମସ୍ତ ଅତିଥି ଉଦବେଗ ପ୍ରକାଶ କରି ଥିଲେ। ଦୀର୍ଘ ପ୍ରଶ୍ନ ର ଉତ୍ତର ଲେଖିଲା ବେଳେ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ର ମାନ ପରୀକ୍ଷିତ ହେଉଥିଲା। ବର୍ତ୍ତମାନ ସଂକ୍ଷିପ୍ତ ପ୍ରଶ୍ନ ପାଇଁ ଛାତ୍ର ଛାତ୍ରୀ ଙ୍କ ମାନ ପରୀକ୍ଷିତ ହୋଇ ପାରୁ ନାହିଁ। ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦାଶ ଙ୍କ ଦେହ ଅସୁସ୍ଥ ଥିବାରୁ ସେ ମଞ୍ଚ ଉପରକୁ ଆସି ପାରି ନ ଥିଲେ। ମୂଷା ଗୁରୁଜୀ ଙ୍କ ଦ୍ଵାରା ସମସ୍ତ ପରିଚାଳନାଗତ ନିଷ୍ପତ୍ତି ନିଆଯାଇଥିଲା। ପରିଷେଶ ରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଥିଲେ। ସମସ୍ତ ଗୁରୁଜୀ ଓ ଗୁରୁମା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ତିହିଡ଼ି ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment