ବିମାନର ଭଡା କମାଇବାକୁ କହିଲା ତାଲିବାନ

Spread the love

ନୁଆଦିଲ୍ଲୀ, ୧୪/୧୦/୨୦୨୧ (ସନ୍ଧାନ ନିଉଜ) : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଗୁରୁବାର ଦିନ କାବୁଲକୁ ବିମାନ ଚଳାଚଳ ବାତିଲ କରିବାକୁ ଘୋଷଣା କରିଛି। ପାକିସ୍ତାନୀ ଗଣମାଧ୍ୟମ ଏ ନେଇ ସୂଚନା ଦେଇଛି। ଏହାପୂର୍ବରୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଏସିଏଏ) ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସକୁ କାବୁଲ-ଇସଲାମାବାଦ ବିମାନର ଭଡା ୧୫ ଅଗଷ୍ଟ ପୂର୍ବରୁ ହାରରେ ହ୍ରାସ କରିବାକୁ ଅନୁରୋଧ କରିଥିଲା। ଯଦି ଏହା ନକରନ୍ତି ତେବେ କାବୁଲ ଏବଂ ଇସଲାମାବାଦ ମଧ୍ୟରେ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଏସିଏଏ ବିମାନ କମ୍ପାନୀମାନଙ୍କୁ ଚେତାବନୀ ଦେଇଥିଲା। ଆଫଗାନିସ୍ତାନକୁ ବିମାନ ଚଳାଚଳ କରୁଥିବା କେତେକ ବିମାନ କମ୍ପାନୀ ହେଉଛି ପିଆଏ ଏବଂ କାମ ଏୟାର ଇତ୍ୟାଦି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ବିମାନ ଚଳାଚଳ କାର୍ଯ୍ୟରେ ବାଧା ସୃଷ୍ଟି ହେବା ଏବଂ ଆଫଗାନିସ୍ତାନ ସରକାରଙ୍କ ସହଯୋଗ ଅଭାବରୁ ପିଏଆଇ ଏହି ନିଷ୍ପତ୍ତି ନେଇଛି।

Related Posts

About The Author

Add Comment