ଚଣ୍ଡିଖୋଲ, ୯/୧୦ (ସନ୍ଧାନ ନିୟୁଜ/ମାନସ ରାଉତ) ଚଣ୍ଡିଖୋଲ ଏବଂ ବଡଚଣାର ବିଭିନ୍ନ ସ୍ଥାନରେ ଶାରଦୀୟ ଦୃଗୟା ପୂଜା ଉସôବ ଆଡମ୍ବର ସହକାରେ ପାଳିତ
ହୋଇଯାଇଛି । ଚଣ୍ଡିଖୋଲ ସାର୍ବଜାନୀନ ପୁଜା କମିଟି ତରଫରୁ ୩୪ତମ ଦୃର୍ଗପୂଜା ଉସôବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର କଳସଧିବାସ, ଶନିବାର ମହାସପ୍ତମୀ ପୁଜ. ରବିବାର ଅଷ୍ଟମୀ ପୂଜା, ସୋମବାର ମହାନବମୀ ପୁଜା ଏବଂ ମଙ୍ଗଳବାର ଦିନ ଦଶହରାରେ ମାଙ୍କ ସମସ୍ତ ନିତିକାନ୍ତି ବିଧି ପୂର୍ବକ କରାଯାଇଥିବା ବେଳେ ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଦିନ ମାଙ୍କ ପାଖରେ ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କର ବେଶ ଭିଡ ପରିଲକ୍ଷିତ ହୋଇଥିବାର ଦେଖାଯାଇଥିଲା । ଏହି ଅବସରରେ ପୂଜା ମଣ୍ଡପ ନିକଟରେ ମୀନାବଜାର ଏବଂ ବିଭିନ୍ନ ଖାଦ୍ୟପ୍ରେୟର ବେଶ ମଜା ଉଠାଇଥିଲେ ଭକ୍ତ ଏବଂ କୁନି କୁନି ପିଲାମାନେ । ସେହିପରି ବଡଚଣା ଛକରେ ମାଙ୍କ ମୂର୍ଣ୍ଣୟୀ ମୁତ୍ତି କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ବଡଚଣାରେ ବିଶେଷ ଭାବେ ରାବଣପୋଡି ଉସôବ ଦେଖିବାକୁ ହଜାର ହଜାର ଲୋକ ସମବେତ ହୋଇଥିଲେ । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥ୍ରୀ ରାବଣ ପୋଡି ଉସôବକୁ ଉଦଘାଟନ କରିବା ସହିତ ବିଭିନ୍ନ ମଣ୍ଡପରେ ମାଙ୍କ ଦର୍ଶନ ଲାଭ କରିଥିଲେ । ସେହିପରି କୋଲାସିଂହ, ଚାରିବାଟିଆ, ଚୁଡାଖିଆଛକରେ ଦୃର୍ଗପୁଜା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବଡଚଣା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୁଙ୍ଖଳା ରକ୍ଷା କରାଯାଇଥିଲା ।
ବିଭିନ୍ନ ସ୍ଥାନରେ ଶାରଦୀୟ ଦୃର୍ଗା ପୂଜା ପାଳିତ
|
October 9, 2019 |



