ଜେନାପୁର/୦୩/୦୫/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ ) ଜିଲ୍ଲାରେ କରୋନା ସଂକ୍ରମଣର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲୁଥିବା ବେଳେ ଏହାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାର ସଚେତନ ନାଗରିକ ମଞ୍ଚ ଭିର୍ଣ୍ଣ ଏକ ପ୍ରୟାସ ଆରମ୍ଭକରି ଥିବା ଦେଖିବାକୁ ମିଳିଛି । ମଞ୍ଚର ଆବାହକ ଶ୍ରୀ ସରୋଜ କାନ୍ତ ବେହେରାଙ୍କ ନେତୃତ୍ୱରେ ମଞ୍ଚର ସଭ୍ୟ ମାନଙ୍କୁ ନେଇ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶୋଧନ କରିବା ସହ ଲୋକମାନଙ୍କୁ ଏ ମହାମାରୀ କରୋନା କବଳରୁ କିପରି ମୁକୁଳିବା ସେଥିଲାଗି ସଚେତନ କରିଥିଲେ । ଯେପରିକି ଜାରକା ବଜାର, ଧର୍ମଶାଳା ଥାନା, ମେଡିକାଲ, ବ୍ୟାଙ୍କ ସହ ଜେନାପୁର ଅଞ୍ଚଳର ସମସ୍ତ ହାଟ ବଜାର ,ମେଡିକାଲ, ଏ ଟି ଏମ, ଅଞ୍ଚଳର ସମସ୍ତ ସ୍କୁଲ ସବୁ ବିଶୋଧନ କରିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଗତ କାଲି ରାଜ୍ୟ ସରକାର ସାମ୍ବାଦିକ ଭାଇ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କଲାପରେ ସଚେତନ ମଞ୍ଚ ପକ୍ଷରୁ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କ ରୋନା କିଟ୍ ପ୍ରଦାନ କରିଥିଲେ ଓ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସମ୍ନାନିତ କରିବା ସହ ଭଗବାନଙ୍କ ନିକଟରେ ତାଙ୍କର ଦୀର୍ଘ ଆଉ ନିରାମୟ ଜୀବନ କାମନା କରିଥିଲେ।ଏହି ସମ୍ମାନିତ କାର୍ଯ୍ୟକ୍ରମରେ ଜାରକା ଚଣ୍ଡିଖୋଲ ଓ ଜେନାପୁର ଅଞ୍ଚଳର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଘରେ ଘରେ ଯାଇ ସମ୍ନାନିତ କରିଥିଲେ ।ଏଥିରେ ମଞ୍ଚର ଆବାହକ ଶ୍ରୀ ସରୋଜ କାନ୍ତ ବେହେରା, ଯଶୋବନ୍ତ ସାହୁ, ଶକ୍ତି ପ୍ରସାଦ ସାମନ୍ତ, ସୌମ୍ୟରଞ୍ଜନ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ସୁଧାଂଶୁ ମହାନ୍ତି,ମିହିର କୁମାର କର,ରଞ୍ଜନ କୁମାର ଓଝା ଏମିତି ମଞ୍ଚର ସମସ୍ତ କର୍ମକର୍ତ୍ତା ମାନେ ମିଶି ଏଭଳି ଏକ ମହାନ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।
ବିଭିନ୍ନ ସ୍ଥାନରେ ବିଶୋଧନ କରିବା ସହ କୋଭିଡି ୧୯ ଯୁଦ୍ଧର ସୈନିକ ସାମ୍ବାଦିକ ମାନଙ୍କୁ ସଲାମକଲା ସଚେତନ ନାଗରିକ ମଞ୍ଚ,
|
May 3, 2021 |
![](https://sandhannews.com/wp-content/uploads/2021/05/IMG-20210502-WA0034.jpg)