ଭୁବନେଶ୍ୱର, ୨୫/୧୦ (ସନ୍ଧାନ ନିୟୁଜ) ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଭଦୁଆ ଗାଁରେ କାନ୍ଥ ଭୁଶୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିଥିଲା ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେଶ୍ୱରପୁର ନୂଆସାହି ଗାଁରେ ଘରର କାନ୍ଥ ଭୁଶୁଡିପଡିବାରୁ ଏହାତଳେ ଚାପି ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ କୈଳାସ ସାମଲ (୮୦) । ତାଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ସେମାନେ ଶୋଇଥିବା ବେଳେ ମାଟି ଘରଟି ହଠାତ୍ ଭୁଶୁଡି ପଡିଥିଲା । ଫଳରେ ମାଟିକାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ କୈଳାସଙ୍କର ମୃତ୍ୟୁ ଘଟିଥିଲା ।
ଅପରପକ୍ଷରେ ପୁରୀ ଜିଲ୍ଲା କୁମ୍ଭାରପଡାରେ ମଧ୍ୟ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଛି । ସେ କୁମ୍ଭକାର ନିଯୋଗ ସମ୍ପାଦକ ରସାନନ୍ଦ ବିଶୋୟୀ(57) ବୋଲି ସୂଚନା ମିଳିଛି ।ଆଜି ଘରେ ବୋଡ଼ରେ ପାଣି ପଚିଜିବ କାନ୍ଥ ଭୁଶୁଡି ପଡିବ ବାହାରେ ପଡ଼ିଯିବ ଲୋକ ହଇରାଣ ହେବେ ଏହା ଭିତରେ ଦେଖୁ ଦେଖୁ କାନ୍ତ ଭୁଶୁଡି ପଡିଲା ନିଜଆଡେ lସାଙ୍ଗେ ସାଙ୍ଗେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ l
Report- Lala ananta Singh and Ramesh Nayak