ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଯୋଗୁଁ ବାତିଲ୍ ହେଲା ଏହି ଟ୍ରେନ୍: ଜାଣନ୍ତୁ

Spread the love

ନୂଆଦିଲ୍ଲୀ ୧୬/୧୨ (ସନ୍ଧାନ ନିୟୁଜ) ପୂର୍ବୋତ୍ତର ସୀମାନ୍ତ ରେଲୱେର କଟିହାର ଡିବିଜନରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କାରଣରୁ ୧୨୦୪୨ ଡାଉନ ନ୍ୟୁ ଜଲପାଇଗୁଡ଼ୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଏବଂ ୧୨୦୪୧ ଅପ ହାୱଡ଼ା – ନ୍ୟୁ ଜଲପାଇଗୁଡ଼ୀ ଶତାବ୍ଦୀ ଏକ୍ସପ୍ରେସ ଆଜି ବାତିଲ୍ ହୋଇଛି। ଏ ନେଇ ପୂର୍ବ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟଯେ, ନାଗରିକତା ସଂଶୋଧନ ଆଇନ କୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି। ଏପରିକି କେତେକ ସ୍ଥାନରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ସେଥିପାଇଁ ପୂର୍ବ ରେଳବାଇ ଏହି ନିଷ୍ପତ୍ତି ନେଇଛି।

Related Posts

About The Author

Add Comment