ବିଭିନ୍ନ ବିଦ୍ୟାଳୟରେ ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି

Spread the love

ଯାଜପୁର ସଦର ୨୮/୧ (ସନ୍ଧାନ ନିୟୁଜ/ ଗୋପିନାଥ ଦାଶ): ରସୁଲପୁର ବ୍ଲକ୍ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ପତାକା ଉତ୍ତୋଳନ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସରସ୍ୱତୀ ଶିକ୍ଷା ମନ୍ଦିର ବନ୍ଧଡିହରେ ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର ଜେନା ମହୋଦୟ ପତାକା ଉତ୍ତୋଳନ କରି କୁନି କୁନି ପିଲା ମାନଙ୍କୁ ଆମ୍ବେଦକରଙ୍କ ଉପରେ ଓ ସମ୍ବିଧାନ ଉପରେ ମତ ପୋଷଣ କରିଥିଲେ । ସେହିପରି ବ୍ରହ୍ମବରଦାର ଚିଲଡ୍ରେନ୍ ପାରାଡାଇଜ୍ ସ୍କୁଲରେ ଜନରାଜ୍ୟ ଦିବସ ପାଳନ କରାଯାଇଅଛି । ବିଦ୍ୟାଳୟର ପ୍ରିୟ ସେକ୍ରେଟାରୀ ମଳୟ କୁମାର ଦାସଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ସେହପରି ଜୟସିଂହଡ଼ା ପ୍ରୋଜେକ୍ଟ ଓପିଏସ୍ ସରକାରୀ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବୈଷ୍ଣବ ଚରଣ ଜେନା ପତାକା ଉତ୍ତୋଳନ କରିଥିଲେ । ଶିକ୍ଷାବିତ ଶ୍ରୀଯୁକ୍ତ ସଦାନନ୍ଦ ପାଢ଼ି ଛାତ୍ର ଛାତ୍ରୀ ମାନଙ୍କୁ ୭୧ ତମ ଜନରାଜ୍ୟ ଦିବସରେ ମତ ପୋଷଣ କରିଥିଲେ । ସେହିିିପରି ବ୍ରହ୍ମବରଦା ନିକଟବର୍ତ୍ତି ଖଣ୍ଡାସ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ କୁମୁବାଳା ଉଚ୍ଚ ବିଦ୍ୟାଳୟର ଆନୁକୁଲ୍ୟରେ ସୁଜୟ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପତାକା ଉତ୍ତୋଳନ କରାଯାଇଥିଲେ । ପରେ ପରେ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଥିଲା ।

Related Posts

About The Author

Add Comment