ଯାଜପୁର ସଦର, ୫/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲାରେ ବିଦ୍ୟାଳୟରେ ରାଜସରକାର ବଦଳି କରିଥିବା ବେଳେ, ଏନେଇ ଏହି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଛାତ୍ର୍ର ଅଭିଭାବକ ଗ୍ରାମବାସୀ ମାନେ ବିଦ୍ୟାଲୟର ଫାଟକରେ ତାଲା ପକାଇ ଶିକ୍ଷକ ବଦଳିକୁ ବାତିଲ କରିବା ପାଇଁ ଧାରଣା ଦେଇଥିବା ବେଳେ, ଏଠାରେ ସୂଚନା ଯୋଗେ ପଣସୁଆପାଳ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ସେହିପରି କଣ୍ଟିଗଡ଼ିଆ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଯାଜପୁର ଜିଲ୍ଲା ସାଳିଜଙ୍ଗା ଉଚ୍ଚ ବିଦ୍ୟାଳୟ ଯାଜପୁର ଜିଲ୍ଲା ବିଞ୍ଝାରପୁର ରାଧାମୋହନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଶରରେ ଛାତ୍ର ଅଭିଭାବକ ମାନେ ଶିକ୍ଷକ ବଦଳିକୁ ବାତିଲ କରିବା ପାଇଁ ଏହି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନ ପ୍ରତିବାଦ କରିବା ସହିତ ବିଦ୍ୟାଳୟ ଫାଟକରେ ତାଲା ପକାଯିବା ଘଟଣା ଜୋର ଧରିଚି । ସେହିପାରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲକୁଡ଼ି ପଂଚାୟତ ଅନ୍ନପୁର୍ଣ୍ଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରନାରେ ବସିଥିବା ଦେଖିବାକୁ ମିଳିଥିଲା । ଏଦିଗରେ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ର ଅଭିଭାବକ ମହଲରରୁ ଦାବି କରାଯାଉଚି । ଏଦିଗରେ ଶିକ୍ଷାଧିକାରୀ ବିଓ ଏଂବ ବିଡିଓ ଯାଜପୁର ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଚି ।
ବିଭିନ୍ନ ବିଦ୍ୟଳୟରେ ଶିକ୍ଷକ ମାନଙ୍କ ବଦଳିକୁ ତାଲା ପକାଇଲେ
|
January 5, 2026 |


