ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ର ଉଦଘାଟନ କଲେ ବିଧାୟିକା ଉଷା ଦେବୀ

Spread the love

ସାନଖେମୁଣ୍ଡି,28.01.2021 (ସନ୍ଧାନ ନିଉଜ୍): ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ନୁଆଁପଡା ଓ ଚାନ୍ଦପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ଚିକିଟି ବିଧାୟିକା ଉଷା ଦେବୀ । ଚାନ୍ଦପୁର ପଞ୍ଚାୟତର ଡ଼ଭାର ଗାଁରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ଶିଳାନ୍ୟାସ କରିଥିବା ବେଳେ ବହୁ ପ୍ରତୀକ୍ଷିତ ବାହୁଦା ନଦୀ ଉପରେ ନାବାର୍ଡ ସହାୟତାରେ ସାତ କୋଟି ଟଙ୍କା ବ୍ୟୟରେ ବ୍ରିଜ ଉଦଘାଟନ କରିଛନ୍ତି ବିଧାୟିକା । ଏହାପରେ ବ୍ରିଜ ଉଭୟ ପାର୍ଶ୍ବରେ ଅଲୋକିକରଣର ଉଦଘାଟନ କରିବା ସହ ଚାଷୀମାନଙ୍କ ପାଇଁ ବିଜୁ କୃଷକ କଲ୍ୟାଣ ଯୋଜନାରେ ଉଠା ଜଳ ସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ବ୍ରିଜଟି ହେବା ଫଳରେ ସାତ ଖଣ୍ଡ ପଞ୍ଚାୟତ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଗାଁ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବିଧାୟିକା ଓ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Related Posts

About The Author

Add Comment