ବିଭିନ୍ନ ଜିଲ୍ଲାରେ ୩୦୦୧ଟି ବାତ୍ୟା ଆଶ୍ରୟସ୍ଥଳରେ ୩ ଲକ୍ଷ ୩୧ ହଜାର ଲୋକଙ୍କୁ ସ୍ଥାନାନ୍ତରଣ

Spread the love

 ଭୁବନେଶ୍ୱର,୨/୫ (ସନ୍ଧାନ ନିୟୁଜ) ପୁରୀଠାରୁ ୩୬୦କିମି ଦୂରରେ ରହିଥିବା ସାମୁଦ୍ରିକ ଝଡ଼ ‘ଫନି’ଉଗ୍ର ରୂପ ଧାରଣ କରି ଓଡ଼ିଶା ନିକଟତର ହେଉଛି । ଏହା । କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ। ଏଥିରେ ଯେପରି କେହି ମୃତାହତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଉଛି। ସେଥିପାଇଁ ଉପକୂଳ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳର ରହୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଏହାର ମୁକାବିଲା କରିବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହୋଇ ଗଲେଣି। ଫୋନିର ପ୍ରକୋପକୁ ଦୃଷ୍ଟିରେ ଦିନ ୩ଟା ସୁଦ୍ଧା ୩ ଲକ୍ଷ ୩୧ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୮୨ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଏହି ପରି ଭଦ୍ରକରେ ୨୪,୬୦୦, ଜଗତସିଂହପୁରରେ ୨୦ ହଜାର, ପୁରୀରେ ୨୨,୨୫୦, ଯାଜପୁରରେ ୨୯,୫୦୦, ଗଜପତିରେ ୨୦, ୦୯୧, କଟକରେ ୮୭୨୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟ ପ୍ରାୟ ସାଢେ ୧୧ ଲକ୍ଷ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଫୋନି ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ୟ୍ୟଥ ସାରିବାକୁ ଚେଷ୍ଟା କରାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ୟ୍ୟା ଳୟ ପକ୍ଷରୁ ଏହି ବିଷୟରେ ସୂଚନା ମିଳିଛି । ସୂଚନାଯୋଗ୍ୟ- ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୧ଲକ୍ଷ ଖାଦ୍ୟ ପୁଡିଆ ପ୍ରସ୍ତୁତ କରାଯାଉଛି, ଯାହାକୁ ରିଲିଫ୍ ଆକାରରେ ପଠାଯିବ । ନୌସେନା ସଜାଗ ରହିଛି। ଏନଡିଆରଏଫ ଦଳକୁ ମୁତୟନ କରାଯାଇଛି।

Related Posts

About The Author

Add Comment