ବିବେକାନନ୍ଦ ଯୁବ ସଂସଦ ତରଫରୁ ଜଳସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା

Spread the love
ଭଦ୍ରକ, ୨୭.୦୨.୨୦୨୧ (ସନ୍ଧାନ ନିଉଜ/ମାନସ ରାଉତ) ରିଖ ବିବେକାନନ୍ଦ ଯୁବ ସଂସଦ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଭଦ୍ରକ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଠାରେ ଏକ “ଜଳ ସୁରକ୍ଷା” ବିଷୟକ କର୍ମଶାଳା ନାଆଁମୀ ମହାବିଦ୍ୟାଳୟର ବରିଷ୍ଠ ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ବନମାଳୀ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି। ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟିର ସ୍ଥିତି କିପରି ହେବ ତଥା ଆଗାମୀ ଦିନରେ ଜଳକୁ ନେଇ କି, କି ସମସ୍ୟା ଦେଖାହେବ ଓ ସରକାରଙ୍କର ଜଳ ସୁରକ୍ଷା ଉପରେ ଥିଵା  ବିଭିନ୍ନ ଯୋଜନା ଏପରିକି ମାଗଣା ପୋଖରୀ ଖୋଳାଇବା ବିଷୟରେ Resources Person, ସହକାରୀ ଭଦ୍ରକ ଜିଲ୍ଲା କୃଷି ଇଂଜିନିୟର, A.D.S.C , ଭଦ୍ରକର ଶ୍ରୀଯୁକ୍ତ ଗିରିଜେଶ ପଣ୍ଡା ସଭାରେ ଉପସ୍ଥିତ ସଦସ୍ୟ ମାନଙ୍କ ପାଖରେ ତଥ୍ୟ ରଖିଥିଲେ । ଅନ୍ୟତମ ବକ୍ତା ଭାବରେ ନାଆଁମୀ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଚିନ୍ତାମଣି ମହାକୁଡ଼, ଅଧ୍ୟାପକ ବିନାୟକ ଘୋଷ , ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦାସ , ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପଦ୍ମଲୋଚନ ଦାସ, ପ୍ରମୁଖ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଉପସ୍ଥିତ ସଦସ୍ୟ ବୃନ୍ଦଙ୍କୁ କର୍ମଶାଳାରେ ଉଦ୍ବୋଧନ ଦେଇଥିଲେ। ଭାରତ ସରକାରଙ୍କ ଦ୍ବାରା ନିଆଯାଇଥିବା  ଜଳ ସୁରକ୍ଷା ଶପଥ ପ୍ରାରମ୍ଭରେ ପରିବେଷଣ କରାଯାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇ ଥିଲା। ଏଥିରେ ସ୍ଥାନୀୟ ୧୫ ଖଣ୍ଡ ଗ୍ରାମର ବିଭିନ୍ନ ଯୁବ ବର୍ଗ, ପୋଖରୀ ଖୋଳାଇବା ପାଇଁ ଆଶାୟୀ ବ୍ୟକ୍ତି ବିଶେଷ ଉତ୍ସାହୀ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ସ୍ବଦେଶୀ ମନ୍ତ୍ର ସଦସ୍ୟ ହରିଚନ୍ଦ୍ର ଯେନା , ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ଅଧ୍ୟାପକ ବିନାୟକ ଘୋଷ, କେନ୍ଦ୍ରୀୟ ଜଳ ସୁରକ୍ଷା ଶପଥପାଠ,ସଦସ୍ୟା ପୁଷ୍ପଲତା ଜେନା , ଧନ୍ୟବାଦ ଅର୍ପଣ ସଦସ୍ୟ ଶ୍ରୀମାନ ବିପିନି ବିହାରୀ କହଁର କରିଥିବା ବେଳେ, ଶେଷରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଓ ଶାନ୍ତି ପାଠ କରାଯାଇଥିଲା। ଯୁବ ସଂସଦ ଆନୁକୂଲ୍ୟରେ ଜଳ ସୁରକ୍ଷା ଉପରେ ବିଭିନ୍ନ ଯାଗାରେ ସାଧାରଣ ଜ୍ଞାନ ପ୍ରତିଯୋଗିତା , ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଏପରିକି Wall Writing କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଇଛି। ଆଗାମୀ ଦିନରେ ଏହାକୁ ଆହୁରି ତ୍ବରାନ୍ବିତ କରାଯାଇ ଗ୍ରାମାଞ୍ଚଳରେ ଅଧିକ ଜାଗୃତି ଜନଜାଗରଣ  ସୃଷ୍ଟି କରାଯିବ ବୋଲି ସଂସଦର ରାଜ୍ୟ ଆବାହକ ଶ୍ରୀ ବିନାୟକ ଘୋଷ ଘୋଷଣା କରିଛନ୍ତି।

Related Posts

About The Author

Add Comment