ବିବେକାନନ୍ଦ ଯୁବ ସଂସଦର ଗ୍ରାମ ସ୍ବଚ୍ଛତା ଉପରେ ଦିନିକିଆ କର୍ମଶାଳା

Spread the love
ଭଣ୍ଡାରିପୋଖରୀ, ୧୩/୦୩/୨୦୨୧, (ସନ୍ଧାନ ନିଉଜ) ବିବେକାନନ୍ଦ ଯୁବ ସଂସଦ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ ,ଭଦ୍ରକ  ମିଳିତ ଆନୁକୂଲ୍ଯରେ ସ୍ଥାନୀୟ ମଞୁରୀରୋଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସ୍ବଚ୍ଛ ଗାଁ -ସବୁଜ ଗାଁ” ବିଷୟକ ଏକ ଦିନିକିୟା କର୍ମଶାଳା ଆୟୋଜିତ ହୋଇଯାଇଅଛି ।ଏହାର ପ୍ରଥମ ଅଧିବେଶନରେ  ଶିକ୍ଷାବିତ ତଥା ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଭଦ୍ରକ ଜିଲ୍ଲା ସଭାପତି,ଡ଼ ରମାକାନ୍ତ  ନାୟକ, ପରିବେଶ ପଦୂଷଣ ଉପରେ ଥିବା ପ୍ରଶ୍ନ ଓ ତତ୍ ଜନିତ ବିକଳ୍ପ ପନ୍ଥା  ଉପରେ ବିଶେଷ ଆଲୋକ ପାତ କରିଥିଲେ ଓ ବକ୍ତା ଭାବରେ ଗଣିତ ବିଭାଗର ଅଧ୍ଯାପକ ଚିନ୍ତାମଣି ମହାକୁଡ, ସରକାର ସବୁଜ ପୃଥିବୀ ନାମରେ ଏକ ଯୋଜନା କରି, ଏ ଦିଗରେ ସଚେତନତା ସୃଷ୍ଟି କରିବାକୁ ପ୍ରଚେଷ୍ଟା କରିବା ପାଇଁ ବକ୍ତବ୍ଯ ରଖିଥିଲେ । ଅନ୍ଯତମ ବକ୍ତା ଭାବରେ ଗିରୀଧାରୀ ପଣ୍ଡା ଉଚ୍ଚ  ବିଦ୍ଯାପୀଠ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଭାରେ ନିଜ ବକ୍ତବ୍ୟ ରଖିଥିବା ବେଳେ ସଂଯୋଜନାରେ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ବୋଇତାଇ ରହିଥିଲେ । ଦ୍ବିତୀୟ ଅଧିବେଶନରେ “ପ୍ଲାଷ୍ଟିକ ମୁକ୍ତ ପୃଥିବୀ ଓ ସବୁଜ ବିପ୍ଳବ ପାଇଁ ସାମାଜିକ ଓ ଗୋଷ୍ଠୀଗତ ପଦକ୍ଷପ” ବିଷୟରେ ସଭାପତି ଭଣ୍ଡାରିପୋଖରୀ କନିଷ୍ଟ  ମହାବିଦ୍ଯାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ ଭରତ ଚରଣ କରଣ , ବକ୍ତା ଭାବରେ ଡି.ଆର. ଡି.ଏ. ଭଦ୍ରକ ରୁ ଶ୍ରୀମତୀ ରୀତାରାଣୀ ନାୟକ ଓ ଶ୍ରୀଯୁକ୍ତ ଗୋତମ ପଟ୍ଟନାୟକ ଜିଲ୍ଲା ପରିମଳ ପରାମର୍ଶ ଦାତା  ଯୋଗ ଦେଇଥିଲେ । ତଥା ସଂଯୋଜନାରେ ନାଆଁମୀ ମହାବିଦ୍ଯାଳୟର ଓଡିଆ ବିଭାଗର ଅଧ୍ଯାପକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତି ,ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ପରିବେଷ , ବୃକ୍ଷ ରୋପଣ ଉପରେ ବିଶେଷ ଆଲୋଚନା ରଖିଥିଲେ ।  ତୃତୀୟ ଅଧିବେଶନରେ, “ଗ୍ରାମ ସ୍ବଚ୍ଛତା ର ଗୁରୁତ୍ୱ” ବିଷୟରେ ନାଆଁମୀ ମହାବିଦ୍ଯାଳୟର ଅଧ୍ଯକ୍ଷ ଡ଼ ବିନୋଦ ବିହାରୀ ନାୟକ ସଭାପତିତ୍ବ କରିବା ବେଳେ ବକ୍ତା ଭାବରେ ସରପଦା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଦୟ ନାଥ ରାଉତ , ତଥା ସଂସ୍କୁତ ଅଧ୍ଯପକ ଡ଼ ଶଶଧର ସାହୁ ଓ ସଂଯୋଜନାରେ ଇତିହାସ ଅଧ୍ଯାପକ ତଥା ବିବେକାନନ୍ଦ ଯୁବ ସଂସଦର ରାଜ୍ଯ ଅବାହକ ଶ୍ରୀଯୁକ୍ତ ବିନାୟକ ଘୋଷ ରହିଥିଲେ।  ସ୍ବଚ୍ଛତା ବ୍ଯକ୍ତି ପାଖରୁ ଆରମ୍ଭ ହେଉ , ପ୍ରତ୍ଯେକ ଏହାକୁ ଦୌନନ୍ଦିନ ଜୀବନ ଚର୍ଯ୍ଯାରେ ସାମିଲ କରନ୍ତୁ ବୋଲି ବକ୍ତବ୍ଯ ରଖିଥଲେ ସଭାରେ ନିର୍ଯାସ ନିଆଯାଇଥିଲା।ପ୍ରଥମ ଅଧିବେଶନରେ ସୁସାନ୍ତ ସାହୁ ,ଦ୍ବିତୀୟ ଅଧିବେଶନରେ ସଂସଦର ସଦସ୍ଯ ବିପିନ କଉଁର ଓ ତୃତୀୟ ଅଧିବେଶନରେ  ଶିକ୍ଷକ ପବନ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମ ପୂର୍ବାହ୍ନ ୯ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏ ଚାଲିଥିଲା । ଏହି କର୍ମଶାଳାରେ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ବନ୍ଧୁ ଓ ସଂସଦର ସଦସ୍ଯ ଯୋଗ ଦେଇ ସଫଳ କରାଇଥିଲେ। ପରିଚାଳନାରେ ମାମାରାଣୀ ବେହେରା ,ଦେବାଶିଶ୍ ପଟ୍ଟନାୟକ ,ହରିଚନ୍ଦ୍ର ଯେନା , ବିଜୟଲକ୍ଷ୍ମୀ ପଲେଇ , ସଂଯୁକ୍ତା ନାୟକ , ଗଜେନ୍ଦ୍ର ସାହୁ , ସୁମନ୍ତ ପଣ୍ଡା ,ଅଧ୍ଯାପକ ବନମାଳୀ ପଣ୍ଡା ପ୍ରମୁଖ ସହଯୋଗ  କରିଥିଲେ । Report- Manash Rout

Related Posts

About The Author

Add Comment