ବିବାହ ଭୋଜିରେ ଛୋଟପିଲାଙ୍କୁ ଗ୍ରାମବାସୀ ମାନେ ପିଇବାକୁ ଦେଲେ ଦେଶୀମଦ

Spread the love

ମାଲକାନଗିରି, ୨୧/୦୭/୨୦ (ସନ୍ଧାନ ନିଉଜ) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କୁସଂସ୍କାର ଓ ଅନ୍ଧବିଶ୍ୱାସ ବୃଦ୍ଧିପାଇବାରେ ଲାଗିଛି । ମଦପିଇଲେ କରୋନା ମାହାମାରି ରୋଗରୁ ସୁରକ୍ଷିତ ରହିବେ ବୋଲି ଏକ ଆଦିବାସୀ ଗ୍ରାମରେ ଛୋଟ ଛୋଟ ପିଲାମାନଙ୍କୁ ଗ୍ରାମର ବଡ ବଡ ଲୋକମାନେ ଦେଶିମଦ ପିଇବାକୁ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ ମାଟେରୁ ପଚାଂୟତ ପର୍ଶନପାଲି ଦୁର୍ଗମ ଅପହଁଚ ଇଲାକା ଗ୍ରାମରେ । ସେହି ଗ୍ରାମର ସମରା କବାସୀଙ୍କର ଗତ ତିନିମାସ ତଳେ ଏକ ବିବାହ ଭୋଜି ହୋଇଥିଲା, ସେହି ଭାଜିରେ ବଡଲୋକଙ୍କ ସହିତ ଗ୍ରାମର ପ୍ରାୟ୫୦ରୁ ଉର୍ଦ୍ଦ ଛୋôଟ ଛୋଟ ପିଲାମାନଙ୍କୁ ଗ୍ରାମମୁଣ୍ଡ ଏକ ପଡିଆରେ ଧାଡିକରି ବସାଇ ଭୋଜି ଖାଇବା ପରେ ସେମାନଙ୍କ ହାତରେ ପତ୍ରଦନା ଧରାଇ ଦେଇ ଗ୍ରାମର ବଡ ବଡ ଲୋକମାନେ ଲନ୍ଦା ଦେଶୀ ମଦ ସେମାନଙ୍କୁ ପିଇବାକୁ ଦେଇଥିଲେ । ଗ୍ରାମର କିଛି ଯୁବକ ପଡିଆକୁ ଆସିବା ପାଇଁ ଗ୍ରାମର ଅନ୍ୟପିଲାମାନଙ୍କୁ ଡାକପକାଇ ମଜାରେ କହୁଥିଲେ କରୋନା ମହାମାରି ବ୍ୟାପିଛି, ମଦ ପିଇଲେ କରୋନା ରୋଗ ହେବନାହିଁ । ସାନପିଲା ମାନଙ୍କ ସହିତ ବଡ ଲକୋ ମାନେ ମଧ୍ୟ ମଦପିଇବାକୁ ପଡିଆରେ ଏକତ୍ରୀତ ହୋଇଥିବାର ଦେଖିବାକୁ ମିଳିଥିଲା । କରୋନା ସମୟରେ ପରମ୍ପାରା କ ୁଦ୍ୱାହିଦେଇ କୁସଂସ୍କାର ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ମାସ୍କ ନ ପିନ୍ଧି ସାମଜିକ ଦୂରତା ଅବଲମ୍ବନ ନକରି ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ବସାଇ ଛୋଟପିଲାମାନଙ୍କୁ ଦେଶିମଦ ପିଆଇବା ଦୃଶ୍ୟର ଆଜି ସାମଜିକ ଗଣ ମାଧ୍ୟମରେ ମଦପିଇବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ସଂମ୍ପର୍କରେ ଜାଣିବା ପରେ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ଲିଗାଲ ଅଫିସର ସତ୍ୟଜିତ ପଣ୍ଡା ଓ ପଡିଆ ଥାନାପୁଲିସ ଦୁର୍ଗମ ଅପହଁଚ ପର୍ଶନପାଲି ଗ୍ରାମରେ ପହଁଚି ତଦନ୍ତ ଆରମ୍ଭକରିଛନ୍ତି । ମାସ୍କ ପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ସ୍ଥାନୀୟ ସରପଚଂ,ଓ୍ୟାର୍ଡମେମ୍ବର,ଗ୍ରାମମୁଖିଆ ମାନଙ୍କୁ ଡାକି ଛୋଟପିଲାମାନଙ୍କୁ ମଦପିଆଇବା ସଂପର୍କରେ ମତାମତ ସଂଗ୍ରହ କରିଥିଲେ । ଗ୍ରାମମୁଖିଆ,ସରପଚଂ କହିଛନ୍ତି ଗତ ତନିମାସତଳେ ଗାଁର ଯୁବକ ସମରା କବାସି ଗ୍ରାମବାସୀ ମାନଙ୍କୁ ବିବାହ ଭୋଜଦେଇଥିଲେ । ସେହି ଭୋଜିରେ ବଡ ଲୋକଙ୍କ ସହିତ ସାନପିଲାମାନେ ବସି ଥିଲେ ବଡ ଲୋକଙ୍କୁ ପରମ୍ପରା ଅନୁସାରେ ଲନ୍ଦାମଦ ପିଇବାକୁ ଦିଆଯାଇଥିଲା । ଏହା କୌଣସି କରୋନା ରୋଗରୁ ମୁକ୍ତମିଳିବ ବୋଲି କିଛି କୁହା ଯାଇନାହିଁ,ଗ୍ରାମର କେହି ଯୁବକ ଭୋଜିରେ ଏକାଠି ବସିଥିବାର ଭିଡିଓ ମୋବାଇଲରେ ଉଠାଇ ଏବେ ସମାଜିକ ଗଣମାଧ୍ୟମରେ ପଠାଇଦେଇଛନ୍ତି ବୋଲି କହିଛନ୍ତି । ଛୋଟ ପିଲାମାନଙ୍କୁ ମଦ ଦେବା ଏକ ଅପରାଧ ,କରୋନା ସମୟରେ ଭୋଜି ଭାତ କରନ୍ତୁ ନାହିଁ, କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବାକୁ ହେଲେ ସାବୁନରେ ବାରମ୍ବାର ହାତ ଧୁଅନ୍ତୁ,ସାନିଟାଇଜର ଲଗାନ୍ତୁ,ମୁହଁରେ ମାସ୍କପିନ୍ଧନ୍ତୁ, ଘରୁବାହରକୁ ବାହାରିଲେ ସାମଜାକି ଦୂରତା ଅବଲମ୍ବନ କରନ୍ତୁ ବୋଲି ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଶ୍ରୀ ସେଠ ଗ୍ରାମବାସୀ ମାନଙ୍କୁ ଜନ ସଚେତନତାର ବାର୍ତା ଦେଇଛନ୍ତି ।

Related Posts

About The Author

Add Comment