କାନପୁର ୧୪ /୩ (ସନ୍ଧାନ ନିୟୁଜ) ବାହାବେଦୀରେ ଘଟିଛି ଅଭାବନୀୟ ଘଟଣା । ବିବାହ ତାଲିଥିବାବେଳେ କନ୍ୟାକୁ ଗୁଳିମାରି ହତ୍ୟାକରିବା ସହ ନିଜେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛି କନ୍ୟାର ପ୍ରେମିକ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗଟିଛି ଉନ୍ନାଓର ସୋହରାମଉ ଥାନା ଅଞ୍ଚଳର କୁଶହରୀ ଗାଁରେ । ଗାଁର ବଚ୍ଚୁଲାଲଙ୍କ ଘରେ ଆନନ୍ଦମୟ ବାତାବରଣରେ ନବବଧୂର ଗୃହ ପ୍ରବେଶ ପାଇଁ ଅପେକ୍ଷାରେ ବିଭିନ୍ନ ରୀତି ଚାଲିଥିଲା। ମଙ୍ଗଳବାର ରାତିରେ ମହିଳାମାନେ ନୃତ୍ୟ ସଙ୍ଗୀତରେ ମଗ୍ନ ଥିଲେ। ସେହି ସମୟରେ ବାହା ବେଦୀରେ ନବବଧୂଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୁଧବାର ସକାଳେ ବର ଏବଂ ବରଯାତ୍ରୀ ନବବଧୂଙ୍କ ବିନା ହିଁ ଫେରିଛନ୍ତି।ସୋହରାମଉ ଥାନା ଅଞ୍ଚଳର କୁଶହରୀ ଗାଁ ବାସିନ୍ଦା ବଚ୍ଚୁଲାଲ ଲୋଧୀ ନିଜ ପୁଅ ସାଜନଙ୍କ ବିବାହ ରାୟବରେଲି ଜିଲ୍ଲାର ବଚ୍ଛରାଁଓ୍ବା କୋତଓ୍ବାଲିର ଗାଜିଆପୁର ଗାଁ ବାସିନ୍ଦା ପୁତ୍ତିଲାଲଙ୍କ ଝିଅ ଆଶା(୨୨)ଙ୍କ ସହ ୩ମାସ ପୂର୍ବରୁ ସ୍ଥିର କରିଥିଲେ। ଅଗଓ୍ବାନୀ ଏବଂ ଦ୍ବାରଚାର ପରେ ବରମାଳା ରୀତି ହୋଇଥିଲା। ରାତି ପାଖାପାଖି ୧୦ଟାବେଳେ ବର ଏବଂ କନ୍ୟାଙ୍କ ପରିବାର ଲୋକ ଫଟୋ ଉଠାଉଥିଲେ। ଏହି ସମୟରେ ବ୍ରଜେନ୍ଦ୍ର କୁମାର ଆଶାଙ୍କ ପେଟକୁ ଗୁଳି ମାରି ନିଜ ଗଳାକୁ ମଧ୍ୟ ଗୁଳି ମାରିଥିଲେ। ଆଶା ଏବଂ ବ୍ରଜେନ୍ଦ୍ର ଲହୁଲୁହାଣ ହେବାମାତ୍ରେ ସେଠାରେ ହୋହାଲ୍ଲା ହୋଇଥିଲା। ଲୋକେ ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ ଏବଂ ସେଠାରେ ଡାକ୍ତର ଉଭୟଙ୍କୁ
ବିବାହ ବେଳେ କନ୍ୟାକୁ ଗୁଳିମାରି ହତ୍ୟା କରିବା ସହ ନିଜକୁ ଗୁଳିମାରି ଆତ୍ମହତ୍ୟା
|
March 14, 2019 |