ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିକ୍ରି

Spread the love
ରାଉରକେଲା, ୧୧/୦୩ (ସନ୍ଧାନ ନିୟୁଜ): ଦିନକୁ ଦିନ ବଢିଚାଲିଛି ମାନବ ଚାଲାଣ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଯୁବତୀ ଚାଲାଣରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ହେଲେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ରୋକ ଲଗାଇଯାଇ ପାରୁନାହିଁ । ତେବେ ସମ୍ପ୍ରତିରେ ପୁଣି ଏକ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି କରିଦେଇଥିବା ଅଭିଯୋଗ ଆସିଛି । ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ପଞ୍ଚାୟତର ଜଣେ 25 ବର୍ଷିୟ ଯୁବତୀ ଏହାର ଶିକାର ହୋଇଛନ୍ତି । ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ ଜଣେ ଯୁବକ ଗତ 3 ତାରିଖରେ ଯୁବତୀଙ୍କୁ ଦିଲ୍ଲୀ ନେଇଯାଇଥିଲେ । 4 ତାରିଖ ଅପରାହ୍ନରେ ଦିଲ୍ଲୀ ପହଞ୍ଚିବା ପରେ ଦିଲ୍ଲୀର ପଞ୍ଜାବୀ ବାଗରେ ଥିବା ଏକ ଅଫିସରେ ଯୁବତୀଙ୍କୁ ଛାଡି ଦେଇଥିଲେ । ପରେ ଯୁବତୀ ଜାଣି ପାରିଲେ ଯେ ତାଙ୍କୁ ଶଙ୍କର ସେଠାରେ ବିକ୍ରି କରିଦେଇଛି । ଏହାପରେ ଯୁବତୀ ଜଣଙ୍କ ତୁରନ୍ତ ଫୋନରେ ଏ ବାବଦରେ ଘର ଲୋକଙ୍କୁ ଜଣାଇବା ପରେ ଯୁବତୀଙ୍କ ବାପା ଚାନ୍ଦିପୋଷ ଥାନାରେ ଏକ ଏତଲା ଦେଇଥିଲେ ।

ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ଯୁବକଙ୍କ ନାଁରେ ଧାରା 370 ଏବଂ 374 ରେ ମାମଲା ରୁଜୁ କରିଛି । କିନ୍ତୁ ଯୁବତୀଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ଆସିଛି । 8 ତାରିଖରେ ଯୁବତୀଙ୍କ ପରିବାର ବର୍ଗ ଏ ବାବଦରେ ସମାଜସେବୀ ଚାନ୍ଦମଣି ସ୍ୟାଣ୍ଡିଲଙ୍କୁ ଜଣାଇବା ପରେ ସେ ଥାନାକୁ ଯାଇଥିଲେ । ମାତ୍ର 12 ତାରିଖ ପୂର୍ବରୁ ପୋଲିସ ଦିଲ୍ଲୀ ଯିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । 9 ତରଖରେ ଝିଅଟିକୁ ଅନ୍ୟତ୍ର ନେଇଯିବାର ଯୋଜନା ଥିବାରୁ ଉକ୍ତ ସମାଜସେବୀ ଦିଲ୍ଲୀରେ ଥିବା ଅନ୍ୟ ଏକ ମହିଳା ସମାଜସେବୀ ସଂସ୍ଥାକୁ ଜଣାଇଥିଲେ ।

Related Posts

About The Author

Add Comment