ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

Spread the love

କେନ୍ଦୁଝର, ୩୦/୫ (ସନ୍ଧାନ ନିୟୁଜ)- କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ପାଟଣା ଥାନାରେ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ସୂଚନା ଅନୁସାରେ ୨୭ ବର୍ଷିୟା ବିବାହିତା ମହିଳାଙ୍କୁ ସେହି ଗ୍ରାମର ସନାତନ ମହାନ୍ତ ଓ ଅନିଲ ମହାନ୍ତ ନିଜ ଘରକୁ ହାଣ୍ଡିଆ ଚଲେଇବାକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲେ ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବଡ଼ ଧନୁର୍ଜୟପୁର ଗ୍ରାମର ଦୁଇ ଅଭିଯୁକ୍ତ ଅନୀଲ ମହାନ୍ତ ଓ ସନାତନ ମହାନ୍ତଙ୍କୁ ୫୯/୧୯ ରେ ମାମଲା ରୁଜୁ କରି ପାଟଣା ଥାନା ଏସ୍.ଆଇ ବୈଲୋଚନ ସିଂ ଘଟଣାର ତଦନ୍ତ କରି ଆ.ପି.ସି ଧାରା ୩୭୬ ରେ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।

 

Related Posts

About The Author

Add Comment