ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ କେମିତି ହୋଇଥିଲା ଦୁଷ୍କର୍ମ ଜାଣନ୍ତୁ, ଖୁଲୁମଖୁଲା ବୁଲୁଛନ୍ତି ଅପରାଧୀ

Spread the love

ଜଗତସିଂହପୁର -୯/୭/୨୦

ଶୁଣ ଥରେ ମୋ କାହାଣୀ;  କହି କହିବା ଆରମ୍ଭ କଲେ ସନ୍ଧ୍ୟା (ଛଦ୍ମନାମ)

 ଅନ୍ତଯ୍ୟାମୀ ପୁହାଣ :ପିତା-ନୀର ପୁହାଣ,ଏକସୁଧା , ପଳାସା , ଜଗତସିଂହପୁର ସହିତ ସେହି ଗ୍ରାମର ସଂନ୍ଧ୍ୟା (ଛଦ୍ମନାମ) ନାମକ ଏକ ଝିଅ ପରସ୍ପରକୁ ଭଲ ପାଉଥିଲେ । ଅନ୍ତଯ୍ୟାମୀ ପୁହାଣ ଫୋନ୍ ନଂ-୯୯୩୮୨୪୬୯୦ ଏବଂ ୭୨୦୫୬୮୭୨୭୨ ନଂମ୍ବରୁ କଲ୍ କରି ସଂନ୍ଧ୍ୟା ସହ କଥା ହୁଏ । ମୁଁ ଭୁବନେଶ୍ବର ରେ ଏମ୍ ଆର୍ ରେ କାମ କରେ କୋରନା ପାଇଁ କାମ ବନ୍ଦ ହେବାରୁ ସଂନ୍ଧ୍ୟା ଗାଁକୁ ଯାଇଥିଲା ।ସଂନ୍ଧ୍ୟା ଗାଁ କୁ ଯାଇଥିଲା।ତା ୧୭-୫-୨୦୨୦ରିଖ ସଂନ୍ଧ୍ୟା ଭୁବନେଶ୍ୱର ବାହାରିବାରୁ ଅନ୍ତର୍ୟ୍ୟାମୀ କହିଲା ଚାଲ୍ ମୁଁ ଯିବ ତୋତେ ଛାଡିଦେବି। କିନ୍ତୁ ସେଇଦିନ ଭୁବନେଶ୍ୱରରେ ଛାଡିଦେବ କହି ଇଛା ବିରୁଦ୍ଧରେ ତାର କୁକୁଡ଼ା ଫାର୍ମ ହାଉସରେ ମୋ ସହିତ ଶାରୀରିକ ସଂପର୍କ ରଖିଲା ଏବଂ ତାର(ସଂନ୍ଧ୍ୟା)ର ଏକ ଅଶ୍ଳୀଳ ଫଟୋ ଉଠାଇ ରଖିଛି। ସବୁବେଳେ ସେଇ ଫଟୋ କଥା କହି ସଂନ୍ଧ୍ୟାକୁ ଧମକାଏ ତାପରେ ସଂନ୍ଧ୍ୟା ଭୁବନେଶ୍ୱର ନଯାଇ ତାର ଭଉଣୀ ଘରକୁ ପଳାଇଗଲା।ତା ୫-୬-୨୦୨୦ରିଖ ଶୁକ୍ରବାର ସଂନ୍ଧ୍ୟାକୁ ବାହାକରିବ ବୋଲି କହି ଡାକିଲା। ସେହି ୫-୬-୨୦୨୦ ଶୁକ୍ରବାର ୯ ସେଇ ହୋଣ୍ଡା ଗାଡ଼ି ଯାହାର ନଂ ଓଡି୨୧ଜେ ୯୪୩୪ ରେ ସଂନ୍ଧ୍ୟାକୁ ବସାଇ ପୁଣି ସେଇ କୁକୁଡ଼ା ଫାର୍ମରେ ପହଞ୍ଚିଲା.ସାଥିରେ କୋର୍ଟ ମ୍ୟାରେଜ୍ ପାଇଁ ସେ ସଂନ୍ଧ୍ୟାକୁ ସବୁ ପ୍ରମାପତ୍ର ଆଣିବାକୁ କହିଥିଲା।ଫଳରେ ସେସବୁ ପ୍ରମାଣପତ୍ର ସଂନ୍ଧ୍ୟା ନେଇକି ଯାଇଥିଲା। ପୁଣି ଅନ୍ତର୍ୟ୍ୟାମୀ ପୁହାଣ ଓ ତାର ସାଙ୍ଗ ପ୍ରକାଶ ଜେନା ପି: ସିନ୍ଧୁଆ ଜେନା, ଏକସୁଦ୍ଧା, ପଳାସ, ଜଗତସିଂହପୁର ଦୁଇ ଜଣ ମିଶି ସଂନ୍ଧ୍ୟାର ବଳକ୍ତାର କଲେ। ସଂନ୍ଧ୍ୟାପାଖରେ ଥିବା ସମସ୍ତ ପ୍ରମାଣପତ୍ର, ୧୪,୦୦୦ଟଙ୍କା ମୂଲ୍ୟର କାନଫୁଲ ନଗଦ ଟଙ୍କା ନେଇ ପଳାଇଗଲେ । ସଂନ୍ଧ୍ୟା ଚିତ୍କାର କରିବାରୁ ଜିବନରୁ ମାରିଦେବାକୁ ସେ ଦୁହେଁ ଧମକ ବି ଦେଲେ । ସଂନ୍ଧ୍ୟା ଆଳି ପିଙ୍ଗଳ ଯିବ ବୋଲି କହି କୁକୁଡ଼ା ଫାର୍ମ ହାଉସ ଠାରୁ ୧ କିମି ଦୂର ପର୍ୟ୍ୟନ୍ତ ଚାଲିକରି ଆସିଲା । ବାଟରେ ସେ ୧୦୦ କୁ ଫୋନ୍ କରିଥିଲା । ପଛେ ପଛେ ଅନ୍ତଯ୍ୟାମୀ ଓ ପ୍ରକାଶ ଜେନା ଭୂଜାଲି ଧରି ଗୋଡଉଥିଲେ । ସେମାନେ ଅସଭ୍ୟ ଭାଷାରେ ଗାଳିଦେବା ସହ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ରାସ୍ତାରେ ସେ ଅଟୋ ଧରି ଆଳିପିଙ୍ଗଳ କୁ ଆସିଲା । ସେହି ରାସ୍ତା ରେ ଚଉଜ ଆସି ପହଞ୍ଚିଲା ସଂନ୍ଧ୍ୟା ଚଉଜକୁ ଘଟଣା କହିବା ସହ ସେମାନଙ୍କୁ ଧରିବାକୁ କହିଲା କିନ୍ତୁ ଚଉଜ କର୍ମଚାରୀ କହିଲେ ତୁମେ ଥାନାକୁ ଯାଇ ଏଫ୍ ଆଇଆର୍ ଲେଖିକରି ଦିଅ । ତା’ପରେ ସଂନ୍ଧ୍ୟା ଥାନାକୁ ଆସି ଏଫ୍ଆଇଆର୍ ଦେଲା । କେଶ୍ ନଂ ୧୬୯/୨୦ ରେ ଦରଦ କରାଗଲା ପୋଲିସ ଅନ୍ତଯ୍ୟାମୀ ପୁହାଣକୁ ଆରେଷ୍ଟ କରି କୋର୍ଟ ପଠାଇଲା । କିନ୍ତୁ ପ୍ରକାଶ ଜେନା ଖୁଲମ୍ ଖୁଲା ଭାବେ ଥାନା ପାଖରେ ଘୁରି ବୁଲୁଛି । ସେ କହୁଛିକି ମୁଁ ଥାନାରେ ୩୦୦୦ ଟଙ୍କା ଖର୍ଚ୍ଚ ଦେଇଛି। ସେମାନେ ମୋର କିଛି କରିପାରିବେ ନାହିଁ । ଜେଲରୁ ଥାଇ ଅନ୍ତଯ୍ୟାମୀ ଫୋନ୍ ରେ ଜେଲରୁ ସନ୍ଧ୍ୟାକୁ ଧମକାଇଛି । ଜେଲ୍ ଭିତରେ ଏପରି କେମିତି ହୋଇପାରୁଛି ଏ ବିଷୟରେ ଗୃହ ବିଭାଗ କ’ଣ କରୁଛି । ସର୍ବ ସାଧାରଣରେ ଆଲୋଚନା ଚାଲିଛି । ସନ୍ଧ୍ୟା ଥାନାରୁ ନ୍ୟାୟ ନପାଇ ଏସ୍.ପି କାର୍ୟ୍ୟାଳୟ ଯାଇଥିଲେ । ସେଠାରୁ ଆଇଆଇସି ସାହେବ ସନ୍ଧ୍ୟା କୁ ବୁଝାଇ, ପ୍ରତିଶୃତି ଦେଇ ଫେରାଇ ଆଣିଲେ କହିଲେ ଆରେଷ୍ଟ କରି ତୁମକୁ ନ୍ୟାୟ ଦେବି ,୪ବିତି ଗଲା ସନ୍ଧ୍ୟା କିଛି ନ୍ୟାୟ ନପାଇ ୫ଟି ସଚିବ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେଖାଯାଉ ସନ୍ଧ୍ୟାକୁ ନ୍ୟାୟ ମିଳୁଛି କି ନାହିଁ । ଜେଲ୍ ଭିତରୁ କିପରି ଫୋନ୍ କରି ପୀଡିତା କୁ ଫୋନ୍ କରି ଧମକାଉଛନ୍ତି ,ଓ୍ବର୍ଡର ଷ୍ଟାଫ୍ କ’ଣ କରୁଛନ୍ତି , ଗୃହ ବିଭାଗ କ’ଣ ପଦକ୍ଷେପ ନେଉଛନ୍ତି ,ଜନତା ଚାହିଁ ବସିଛନ୍ତି ।

Related Posts

About The Author

Add Comment