ବାରିପଦା,୨୩.୦୧.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡ଼ିଏ)କୁ ବିବାଦ ପିଛା ଛାଡୁନି । ଗୋଟିଏ ପରେ ଗୋଟିଏ ବିବାଦର ଗୁମର ଧୀରେ ଧୀରେ ଫିଟୁଥିବା ବଳେ ଆଇଟିଡ଼ିଏ କାର୍ଯ୍ୟାଳୟରେ ମିଥ୍ୟା ଭାଉଚର ଛାପି ଆଦିବାସୀଙ୍କ କଲ୍ୟାଣ ପାଇଁ ଆସିଥିବା ଅର୍ଥ ହଡପ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ନେଇ ଜିଏସଟି ଅଧିକାରୀ ମାନେ ଏକାଧିକବାର ଆଇଟିଡିଏ ପିଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣାର ଖୋଳତାଡ କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ,୨୦୨୦ ଜୁଲାଇ ମାସରେ ଏହି କାର୍ଯ୍ୟାଳୟରେ ଏପରି ଦୁର୍ନୀତି ହେଉଥିବା ଠିକାଦାର ତପନ କୁମାର ହାବଡା ଅଭିଯୋଗ କରିଥିଲେ। ତାଙ୍କ ଅଗୋଚରରେ ମିଥ୍ୟ ଦସ୍ତଖତ ମାଧ୍ୟମରେ ଏକ ସରକାରୀ କାମରୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଥିଲେ । ପୁଲିସରେ ଜଣାଇବା ସହ ଜିଲ୍ଲାପାଳ ତଥା ଅନ୍ୟ ଉପରିସ୍ଥ ଅଧିକାରୀ ମାନଙ୍କୁ ଏହି ମାମଲା ସଂପର୍କରେ ଅବଗତ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ସେ ତାଙ୍କର ପ୍ରାପ୍ୟ ପାଇ ନ ଥିବା ଜଣାପଡିଛି । ସେହିପରି ଆଶିଷ ଦାସ ମହାପାତ୍ର ନାମକ ଆଉ ଜଣେ ଠିକାଦାର ମଧ୍ୟ ଥାନାରେ ସମାନ ଅଭିଯୋଗ କରିଛନ୍ତି । ଠିକାଦାରଙ୍କ ବିଲ ଗୁଡିକୁ ବ୍ୟବହାର କରାଯାଇ ବାରିପଦା ଆଇଟିଡିଏ ଯନ୍ତ୍ରୀ ମାନେ ଟଙ୍କା ଉଠାଉଥିବା ଅଭିଯୋଗ ହୋଇଛି । ଯେହେତୁ ଏସଂପର୍କରେ ଠିକାଦାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ସେମାନଙ୍କ ଅଗୋଚରରେ ଏହା ହୋଇଥିବା ନେଇ ଅଭିଯୋଗ ହୋଇଛି ।
ବିବାଦରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ
|
January 23, 2021 |
