ବେତନଟୀ, 02.01.2021 (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବିପଦସଙ୍କୁଳ ଅବସ୍ଥାରେ ରହିଛିା ସୁରକ୍ଷାବାଡ ନଥିବା ମେର୍ଦାସ୍ଥିତ ବାଉଁଶ ନଦୀ ପୋଲ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏହି ପୋଲ ଏବଂ ରାସ୍ତାର ରକ୍ଷଣାବେକ୍ଷଣ ମଧ୍ୟବିଭାଗ ପକ୍ଷରୁ କରାଯାଇଥାଏ । ତେବେ ବାଉଁଶ ନଦୀପୋଲ ଉଚ୍ଚତା ପାଖପାଖି ୨୫ଫୁଟ ରହିଥିବା ବେଳେ ସେଥିରେ ସ୍ଥାୟୀ ସୁରକ୍ଷାବାଡ ନଥିବାରୁ ଯାତାୟାତ କରୁଥିବା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। କିଛିମାସ ପୂର୍ବରୁ ଜନୈକ ବାଇଆରୋହୀ ନଦୀ ପୋଲ ଉପରୁ ଖସି ଗୁରୁତର ଆହତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ବେତନଟୀ ଉପଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଠିକାଦାର ଏକ ଅସ୍ଥାୟୀ ଲୁ ହାବାଡ ଲଗାଇଥିଲେ । ତେବେ ହାବାଡ ଲଗାଇବାର ୨୪ ଘଣ୍ଟା ନପୂରୁଣୁ ଗୋଟିଏ ପାର୍ସ ଲୁହାବାଡ ନଦୀଗର୍ଭକୁ ଖସିପଡ଼ିଥିବା ବେଳେ ଅନ୍ୟଟି ଅଦ୍ୟାବଧି ରହିଛି । ତେବେ ପୋଲ ଉପରେ ସ୍ଥାୟୀ ସୁରକ୍ଷାବାଡର ବ୍ୟବସ୍ଥା କରାଯାଇନଥିବାରୁ ଏହି ରାସ୍ତାରେ ଦୈନିକ ଯାତାୟାତ କରୁଥିବା ଶହଶହ ଯାନବାହନ ସମେତ ପଥଚାରୀ, ସାଇକେଲ ଏବଂ ବାଇକ୍ ଆରୋହୀଙ୍କ ଜୀବନପ୍ରତି ବିପଦ ଘନେଇ ରହିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ବେତନଟୀ ଉପଖଣ୍ଡ ଅଧିକାରୀ ଇଂ. ରାଜେଶ ପ୍ରଧାନ ଙ୍କୁଯୋଗାଯୋଗ କରି ବାରୁ ପୋଲର ସୁରକ୍ଷାବାଡ ନିର୍ମାଣନେଇ ସେଭଳି କୌଣସି ଅନୁଦାନ ଆସୁନଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ହାବାଡ ଲଗାଯାଇଥିବା ନେଇ ସୂଚନା ଦେଇଛନ୍ତି ।ତେବେ ହଜାରହଜାର ଜନସାଧାରଣଙ୍କ ବୃହର ସ୍ବାର୍ଥ ତଥା ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ସ୍ଥାୟୀ ସୁରକ୍ଷାବାଡ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବିପଦସଙ୍କୁଳରେ ବାଉଁଶନଦୀ ପୋଲ ସୁରକ୍ଷାବାଡ଼ ନଥିବାରୁ ଲୋକେ ହନ୍ତସନ୍ତ
|
January 2, 2021 |