ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ

Spread the love

ସୁନ୍ଦରଗଡ଼ ତା:୫/୨/୨୦୨୬ (ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ବିକାଶର ନାରା ଭିତରେ ହଜିଯାଇଛି ବାଲିଶଙ୍କରା ବାସୀଙ୍କ ସ୍ୱପ୍ନ। ଦୀର୍ଘ ୨୨ ବର୍ଷ ବିତିଗଲାଣି, ହେଲେ ସଜାଡ଼ି ହେଲାନି ଘୋଘର ବ୍ରିଜ। ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ହଜାର ହଜାର ଲୋକ।
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ଏହି ଦୃଶ୍ୟକୁ ଥରେ ଯାଇ ଦେଖନ୍ତୁ। ଏହା ହେଉଛି ଅଞ୍ଚଳବାସୀଙ୍କ ଜୀବନରେଖା କୁହାଯାଉଥିବା ଘୋଘର ବ୍ରିଜ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଏହି ବ୍ରିଜଟି ଏକ ପ୍ରକାର ମରଣଯନ୍ତା ପାଲଟିଛି। ରାସ୍ତାରେ ବଡ଼ ବଡ଼ ଗାତ, ଫାଟପଡୁଥିବା କଂକ୍ରିଟ୍ । ଏହାକୁ ଦେଖିଲେ ଲାଗୁଛି ଯେମିତି ପ୍ରଶାସନ ଏହାକୁ ଭୁଲିଯାଇଛି। ପ୍ରତିଦିନ ଏହି ବ୍ରିଜ୍ ଦେଇ ସ୍କୁଲ୍ ପିଲା, ରୋଗୀ ଏବଂ ସାଧାରଣ ଜନତା ଯାତାୟାତ କରନ୍ତି। ବ୍ରିଜ ରାସ୍ତାର ଛଡ ବାହାରି ପଡ଼ିଥିବା ବେଳେ ବ୍ରିଜ ସଂଲଗ୍ନ ସ୍ଥାନ ମାନଙ୍କରେ ଲମ୍ବା ଗାଢ଼ ହେବାରେ ଲାଗିଛି । ବ୍ରିଜ ର ଛଡ ବାହାରି ଯେପରି ବିଗତ ୨୨ ବର୍ଷ ର ଗାଥା କହୁଛି ।ବର୍ଷା ଦିନେ ତ ଅବସ୍ଥା ଆହୁରି ସାଂଘାତିକ ହୋଇପଡେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ନେତା ଆସିଲେ, ପ୍ରତିଶ୍ରୁତି ଦେଲେ, ହେଲେ ବ୍ରିଜର ଭାଗ୍ୟ ବଦଳିଲାନି। ୨୨ ବର୍ଷର ଏହି ଅପେକ୍ଷା କେବେ ଶେଷ ହେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ।  କେତେବେଳେ କ’ଣ ଦୁର୍ଘଟଣା ଘଟିବ ତା’ର ଠିକଣା ନାହିଁ। ବ୍ରିଜ୍‌ଟା ଏକଦମ ଖରାପ ଅବସ୍ଥାରେ ଅଛି, ହେଲେ କେହି ଶୁଣୁନାହାନ୍ତି। ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି। ନା ଏମିତି ବିପଦସଂକୁଳ ଅବସ୍ଥାରେ ଲୋକେ ମରଣ ସହ ଖେଳି ଯାତାୟାତ ଜାରି ରଖିବେ? ଆଶା କରାଯାଉଛି, ପ୍ରଶାସନ ଖୁବଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବେ।

Related Posts

About The Author

Add Comment