ବିପଦସଂକୁଳ ଅବସ୍ଥାରେ କନ୍ଧମାଳର ଡ଼େହେଙ୍ଗୀ ପୋଲ :ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

Spread the love

କନ୍ଧମାଳ,19/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ଡ଼େହେଙ୍ଗି ଗ୍ରାମରୁ ହୁଗୁଳାସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ବର୍ତ୍ତମାନ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତାରେ ଖଜୁରିପଡ଼ାର ଏକ ପ୍ରମୁଖ ନାଳ ପ୍ରବାହିତ ହେଉଥିବା ବେଳେ ଉକ୍ତ ରସ୍ତାରେ ଥିବା ପୋଲ ଯୋଗୁଁ ରାସ୍ତା ଉପରେ ନିର୍ଭର କରୁଥିବା ଶହ ଶହ ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲଟିର ନିମ୍ନ ଭାଗ ଦୁର୍ବଳ ଓ ଗୋଟିଏ ପାଶ୍ୱ ସଂପୂର୍ଣ୍ଣଭାବେ ମାଟି ଖସିଯାଇ ମୁକୁଳା ରହିଥିବା ବେଳେ କେତେବେଳେ କଣ ଘଟିବ ତାହା କହିହେଉନାହିଁ। ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଅଧିବାସୀ ସହିତ ଗୋରୁପୋଲ ଯାତାୟତ କରିଥାନ୍ତି। କୌଣସି ବିପଦ ଆସିବା ପୂର୍ବରୁ ପ୍ରଶାସନ ତୁରନ୍ତ ଉକ୍ତ ବିପଦ ସଂକୁଳ ପୋଲର ମରାମତି ପାଇଁ ଦୃଷ୍ଟିଦେବାକୁ ଡ଼େହେଙ୍ଗି ଗ୍ରାମର ଦୀପକ କୁମାର ବିଶୋୟୀ, ସୁରେଶ ପାତ୍ର, ନରହରି ପାତ୍ର, ମାନସ ପ୍ରଧାନ, ରାଜ କିଶୋର ପାତ୍ର, ଶ୍ରୀହରି ପାତ୍ର, ଅନନ୍ତ ଦେହୁରୀ, ବିନିତା ଦେହୁରୀ ଓ ବିକ୍ରମସେନ ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ତେବେ ଏନେଇ ପଞ୍ଚାୟତ  କାଯ୍ୟାଳୟରେ ଜଣାଇ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗ୍ରାମର ୱାର୍ଡ଼ ମେମ୍ବର ମାନଓ ଦେହୁରୀ, ବସନ୍ତ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।

Related Posts

About The Author

Add Comment