ବୈପାରିଗୁଡା,୫/୫ (ସନ୍ଧାନ ନିୟୁଜ)- କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସହୀଦ ବୀର ଲକ୍ଷଣ ନାୟକ ଙ୍କ ଗ୍ରାମ ତେନ୍ତୁଳିଗୁମ୍ମା ନିକଟରେ ଥିବା ମଧୁପୁର ଗ୍ରାମବାସୀ ଙ୍କ ପାଇଁ ରାସ୍ତା ସାତସପନ ।ମଧୁପୁର ଗ୍ରାମରେ ୧୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୭୦ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି ।ସ୍ଵାଧୀନତା କୁ ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମଧୁପୁର ଗ୍ରାମକୁ ଯିବା ପାଇଁ ରାସ୍ତା ଟିଏ ମଧ୍ୟ ତିଆରି ହୋଇପାରିଲା ନାହିଁ ।ନଦୀରେ ପୋଲଟିଏ ନଥିବାରୁ ଲୋକମାନେ ବହୁ ବିପଦ ଜନକ ଭାବେ ଦେଶୀ ଡ଼ଙ୍ଗା ରେ ପାର ହେଉଛନ୍ତି ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି । ଆଖପାଖର ଗୋଟିଏ ଗ୍ରାମର ଗ୍ରାମବାସୀଙ୍କ ଏହା ନିତିଦିନିଆ ଘଟଣା ହୋଇପଡିଛି ।ପ୍ରକାଶ ଯେ,୨୦୦୯/୧୦ ମସିହାରେ ପ୍ରଶାସନ ତରଫରୁ ଏକ ସରକାରୀ ଡ଼ଙ୍ଗା ପ୍ରଦାନ କରାଯାଇଥିଲା କିନ୍ତୁ ସେ ଡ଼ଙ୍ଗା ଏବେ କୁଆଡ଼େ ଉଭାନ ହୋଇଯାଇଛି ତାହାର କିଛି ଖୋଜ ଖବର ସରକାରୀ ବାବୁଙ୍କ ପାଖରେ ନ ଥିଲା ଭଳି ପରିଲିଖିତ ହେଉଛି ।ତେବେ ବିପଦ ପୂର୍ଣ୍ଣ ଭାବେ ଦେଶୀ ଡ଼ଙ୍ଗା ରେ ଯାତ୍ରା କରୁଥିବା ମଧୁପୁର ଗ୍ରାମବାସୀ ଙ୍କ ପାଇଁ କେବେ ଡ଼ଙ୍ଗା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ବୁଦ୍ରା ନାୟକ ଙ୍କୁ ପଚାରିବାରୁ ଯଥା ଶୀଘ୍ର ତାହାର ସମାଧାନ କରାଯିବ ବୋଲି ପ୍ରକାଶ କରୁଥିବା ବେଳେ ବୈପାରିଗୁଡା ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଙ୍କୁ ପଚାରିବାରୁ ପ୍ରଶାସନ ତରଫରୁ ଯଥା ଶୀଘ୍ର ଡ଼ଙ୍ଗା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।ତେବେ ମଧୁପୁର ଗ୍ରାମବାସୀ ଙ୍କ ଗୁହାରି କେବେ ଶୁଣୁଛନ୍ତି ପ୍ରଶାସନ କିମ୍ବା ସରକାର ତାହା ଦେଖିବା ଏବେ ବାକି ରହିଲା ।

Report- S Lenka



