ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିଲେ ପୁଲିସ୍‌ ବାବୁ, ଅଟକାଇ ଜରିମାନା ମାଗିଲେ ସାଧାରଣ ଜନତା

Spread the love

ପାଟ୍‌ନା, ୯/୯ (ସନ୍ଧାନ ନିଉଜ) : ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସାଧାରଣ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଲୋକମାନଙ୍କଠାରୁ ଇତି ମଧ୍ୟରେ ଜରିମାନା ଆକାରରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇ ସାରିଲାଣି। ମାତ୍ର ବିହାରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା, ଯେଉଁଟି ପୁଲିସ୍‌କୁ ହେଲ୍‌ମେଟ୍‌ ନପିନ୍ଧିଥିବା ହେତୁ ପ୍ରଶ୍ନ କରିଛନ୍ତି ଜଣେ ସାଧାରଣ ଲୋକ।

ଜାଣିବାକୁ ମିଳିଛି ଯେ ବିହାରର ଆସିଷ୍ଟାଣ୍ଡ୍‌ ସବ୍‌ ଇନ୍‌ସ୍ପେକ୍ଟର ଅଫ୍‌ ପୁଲିସ୍‌(ଏଏସ୍‌ଆଇ) ରୁସାନା କୁମାର ହେଲ୍‌ମେଟ୍‌ ନପିନ୍ଧି ଗାଡ଼ି ଚଳାଇ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ହେତୁ ତାଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ ବିହାରର ବକ୍ସର ଅଞ୍ଚଳର ରାଜକମଲ। ସିସିଟିଭି କ୍ୟାମେରାରୁ ଦେଖିବାକୁ ମିଳିଛି ଯେ ପୁଲିସ୍‌ ଜଣଙ୍କୁ ରାଜକମଲ ଅଟକାଇ ପଚରାଉଚରା କରୁଥିବା ବେଳେ ସେ ରାଗରେ ଆସି ଓଲଟା ଲୋକଙ୍କୁ ମାରଧର କରୁଛନ୍ତି।

ରାଜକମଲ ପୁଲିସ୍‌ ବାବୁଙ୍କୁ ହେଲମେଟ୍‌ ନପିନ୍ଧି ଗାଡ଼ି ଚଳାଉଥିବାରୁ ୧୦୦୦ ଜରିମାନା ଦେବାକୁ ଦାବି କରିଥିଲେ। ପୁଲିସ୍‌ ବାବୁ ଜରିମାନା ଦେବା ବଦଳରେ ଓଲଟା ରାଗି ଯାଇ ବ୍ୟକ୍ତି ଜଣଙ୍କୁ ଟାଣି ଟାଣି ପୁଲିସ୍‌ ଷ୍ଟେସନ୍‌କୁ ନେଇ ଯାଇଥିବା ସୂଚନା ରହିଛି।

Related Posts

About The Author

Add Comment