ବିନା ମୁଖିଆରେ ଚାଲିଛି ଜେଲ !

Spread the love
ସମ୍ବଲପୁର, ୧୪/୧/୨୦୨୦ (ସନ୍ଧାନ ନିଉଜ): ରାଜ୍ୟର ୫ଟି ସର୍କଲ୍ ଜେଲରେ ଖାଲି ପଡ଼ିଛି ବରିଷ୍ଠ ଅଧୀକ୍ଷକ ପଦ। ଅର୍ଥାତ ବିନା ମୁଖିଆରେ ଚାଲିଛି ରାଜ୍ୟର ୫ଟି ସର୍କଲ ଜେଲ୍। ଗୋଟିଏ ସର୍କଲ୍ ଅଧୀନରେ ପାଖାପାଖି ୧୦ରୁ ୧୨ ଜେଲ୍ ପରିଚାଳିତ ହେଉଥିବା ବେଳେ ସେହି ଜେଲ୍ ଗୁଡ଼ିକର ପ୍ରଶାସନିକ ପରିଚାଳନା କିଭଳି ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ୫ଟି ଜେଲର ବରିଷ୍ଠ ଅଧୀକ୍ଷକ ପଦବି ସହିତ ଦୁଇଟି ସର୍କଲର ଡିଆଇଜି ପଦବି ବି ଖାଲିପଡ଼ିଛି। ଡିଆଇଜି ଏବ˚ ବରିଷ୍ଠ ଅଧୀକ୍ଷକ ନଥିବାରୁ ଜେଲରେ କଏଦୀଙ୍କ ଖାଦ୍ୟଦ୍ରବ୍ୟର ଯାଞ୍ଚ, ଭିତ୍ତିଭୂମି ଏବ˚ ଜେଲ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କିଭଳି ଢ˚ଗରେ କରାଯିବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜେଲ୍ ମେଡିକାଲ୍ କଥା ଯଦି ଦେଖାଯାଏ, ତେବେ ପାଖାପାଖି ୮୯ଟି ଜେଲ୍ ମେଡିକାଲରେ କଏଦୀଙ୍କ ଚିକିତ୍ସା ପାଇଁ ସ୍ଥାୟୀ ମେଡିକାଲ୍ ଅଫିସର ନାହାନ୍ତି। ଚିକିତ୍ସା ବ୍ୟବସ୍ଥା ବି ସା˚ଘାତିକ ସ୍ଥିତିରେ ପହଞ୍ଚିଛି। ଏବେ ବାରିପଦା, କୋରାପୁଟ ଏବ˚ ସମ୍ବଲପୁର ସର୍କଲ୍ ଜେଲରେ ଡିଆଇଜି ଥିବାବେଳେ ଅନ୍ୟ ଦୁଇ ସର୍କଲ୍ ବ୍ରହ୍ମପୁର ଓ ଚୌଦ୍ବାରରେ ୨ଟି ଡିଆଇଜି ପଦବି ଗଲା ଏକ ବର୍ଷ ହେବ ଖାଲି ପଡ଼ିଛି। ସେହିପରି ୫ଟି ସର୍କଲ୍ ଏବ˚ ବ୍ରହ୍ମପୁରରେ ଥିବା ଓଡ଼ିଶା ଜେଲ୍ ଟ୍ରେନି˚ ସ୍କୁଲ ମୋଟ ୬ ଜଣ ସିନିଅର୍ ସୁପରିଟେଣ୍ତେଣ୍ଟ ନାହାନ୍ତି। ଦୁଇ ବର୍ଷ ହେବ ପଦବି ଖାଲି ପଡ଼ିଛି। ତାଙ୍କ ବଦଳରେ ସର୍କଲ୍ ଜେଲରେ ତଳ ପାହ୍ୟାର ଅଫିସର ସର୍କଲ୍ ଦାୟିତ୍ବ ତୁଲାଉଛନ୍ତି।  ପ୍ରତି ଜେଲରେ ଜଣେ ଲେଖାଏ ମେଡିକାଲ୍ ଅଫିସର ରହିବାର ବ୍ୟବସ୍ଥା ଥିବାବେଳେ ଭୁବନେଶ୍ବର ଓ କଟକ ଚୌଦ୍ବାର ଜେଲ୍କୁ ବାଦ୍ ଦେଲେ ଅନ୍ୟ ଜେଲ୍ଗୁଡ଼ିକରେ ପ୍ରାୟତଃ ମେଡିକାଲ୍ ଅଫିସର୍ ନାହାନ୍ତି।

Related Posts

About The Author

Add Comment