ବିନା କାରଣରେ ସରପଂଚଙ୍କ ସଟ ଡାଉନ ଘୋଷଣା, ରାଜ୍ୟ ସରକାରଙ୍କ ନିୟମକୁ ଫୁ,

Spread the love

ପ୍ରଶାସନ ର ନିୟମକୁ ନ ମାନି ଚଣ୍ଡିଖୋଲ  ବଜ଼ାରକୁ ପୋଲିସ ବନ୍ଦ କରିଥିବା ଦେଖିବାକୁ ମିଳିଛି

ଚଣ୍ଡିଖୋଲ, ୧୪/୦୫ (ସନ୍ଧାନ ନିଉଜ): ଦେଶରେ କରୋନା ବ୍ୟାପ୍ତିବା କାରଣରୁ ୨ ମାସ ଧରି ରାଜ୍ୟରେ ଲକ ଡାଉନ ଜାରି ରହିଥିବାରୁ ଅର୍ଥନୀତି ସମ୍ପୁର୍ଣ୍ଣ ଦୃର୍ବଳ ହୋଇପଡିଛି । ଏହି କ୍ଷେତ୍ରରେ ତୃତୀୟ ପ୍ରର୍ଯ୍ୟୟ ଲକ ଡାଉନ ପରେ ରେଡ୍ ଜୋନ, ଅରେଞ୍ଜ ଜୋନ, ଏବଂ ଗ୍ରୀନ ଜୋନରେ ଦୋକାନ ବଜାର, ଗାଡିମଟର ଚଳାଚଳ ସହିତ କର୍ମସଂସ୍ଥା କରିବା ନେଇ କେନ୍ଦ୍ର ସରକାର ଏକ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ମାତ୍ର ଏହାକୁ ପାଳନ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ନିଦେ୍ର୍ଧଶନାମା ମଧ୍ୟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରେଡ୍ ଜୋନ ମାନଙ୍କରେ ଜିଲ୍ଲା ପ୍ରଶାସନ ମଧ୍ୟ ଗାଇଡ ଲାଇନ କରି ଦୋକାନ ବଜାର ଖୋଲିବାକୁ ନିଦେ୍ର୍ଧଶ ଦେଇସାରିଛି । ମାତ୍ର ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟକ ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଦେଇଥିବାରୁ କେତକ ସରପଂଚ ମାନେ କ୍ଷମତାକୁ ଅପବ୍ୟବହାର କରିଥିବା ନଜରକୁ ଆସିଛି । ବିଶ୍ୱମହାମରାରୀ ଆଇନ୍ ଅନୁଯାୟୀ ଏଥିନିମନ୍ତେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ସଫଳ ମୁକାବିଲା କରିବା ନିମନ୍ତେ ଏକ ପରିଚାଳନା ଗାଇଡ ଲାଇନ କରାଯାଇଛି । ମାତ୍ର ଅଳ୍ପଶିକ୍ଷତ ସରପଂଚ ମାନେ ଜିଲ୍ଲାପାଳଙ୍କ କ୍ଷମତା ପାଇବା ପରେ ଧରାକୁ ସରା ନମଣି କ୍ଷମତାକୁ ଅପବ୍ୟବହାର କରୁଛନ୍ତି । ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଶି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡା ଗ୍ରାମ ପଂଚାୟତ ସରପଚଂଙ୍କ କ୍ଷେତ୍ରରେ । ସରପଂଚ କ୍ଷମତା ଅହଙ୍କାରରେ ମଦମତ୍ତ ହୋଇ ନିଜର ପଂଚାୟତକୁ ଦୁଇଦିନ ପାଇଁ ସଟ ଡାଉନ୍ ଘୋଷଣା କରିଥିଲେ ସୁଙ୍ଗୁଡା ସରପଂଚ ଚାଚାଲିନ୍ ସ୍ୱାଇଁ । ଏକ ପତ୍ର ସଂଖ୍ୟା ୨୬୦ ତା ୧୩/୦୫/୨୦୨୦ରେ ତାଙ୍କ ପଂଚାୟତର ସମସ୍ତ ରାଜ୍ୟସ୍ୱ ଗ୍ରାମ, ରାଜ୍ୟରୁ ଆସୁଥିବା ବ୍ୟକ୍ତିବିଶେଷ, ରାଜ୍ୟ ବାାହରରୁ ଆସୁଥିବା ବ୍ୟକ୍ତିବିଶେଷ, ଯୁବକ, ବୁଦ୍ଧିଜୀବି ଏବଂ ସମତ୍ ଅଧିବାସୀ ମାନଙ୍କ ସହିତ ଚଣ୍ଡିଖୋଲ ବଜାରକୁ ସଧ୍ୟା ୫ଟା ପରଠାରୁ ୪୮ଘଂଟା ସଟ ଡାଉନ୍ ଘୋଷଣା କରିଥିଲେ । ଏହି ଘୋଷଣା ପରେ ତାଙ୍କ ବିରୁଦ୍ଧରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏପରକି ନୋଟିସ କରିଥିବା ପତ୍ରରେ ଏହାକର ଏକ କପି ନା ଜିଲ୍ଲାପାଳ, ଜିଲ୍ଲା ଲୋକ ସୂଚନା ଅଧିକାରୀ, ନା ବିଡିଓ ବଡଚଣା ଏବଂ କୌଣସି ଗଣମାଧ୍ୟମ ପ୍ରେରଣ କରିନଥିଲେ । ହାତ ଗଣତି ତିନୋଟି ଗଣମାଧ୍ୟ ପ୍ରତିନିଧିଙ୍କୁ ଡାକି ଜଣାଇବା ସହିତ ଏହା ନିମେନ୍ତ କି ନିୟମ ରହିଛି ତାହା ମଧ୍ୟ ପାଳନ କରିନଥିଲେ । ପରେ ଏହି ବିଷୟରେ ଜିଲ୍ଲାପାଳଙ୍କ କିଛ ଲୋକ ପଚାରିବା ପରେ ମୁହଁ ଜାଣିନାହିଁ ଉତ୍ତତ ଆସିବା ସହିତ ଜିଲ୍ଲା ସୂଚନା ଅôଧକାରୀ ଏବଂ ବିଡିଓ ମଧ୍ୟ ପ୍ରାଥମିକ ସମୟରେ ଏହାର ଉତ୍ତର ଦେଇନଥିଲେ । ଏଠାରେ ସୂଚନା ଥାଉକି ମହାମାରୀ ଆଉନ୍ ଅନୁଯାୟୀ ଯେଉଁଠାରେ ଅତ୍ୟାଧିକ ସଙ୍କମ୍ରଣର ଆବଶ୍ୟକତା ଥାଏ ସେଠାରେ ଜିଲ୍ଲାପାଳବି ଅବରୋଧ ଅଂଚଳର ବା ସଟ ଡାଉନ ଘୋଷଣା କରିପାରିବେ ନାହିଁ । ଏଥିନେଇ ରାଜ୍ୟସରାକରଙ୍କ ସ୍ୱାସ୍ଥ୍ୟ ବିଭାଗ ଏକ ନିଦେ୍ର୍ଧଶନାମା ଜାରି କରି ବିନା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶରେ ଏସବୁ ଘୋଷଣା ହୋଇପାରିବନି ବୋଲି ଜାରି କରିଥିଲେ । ମାତ୍ର ସରପଂଚ ଏଠାରେ ଜିଲ୍ଲାପଳଙ୍କ ମଧ୍ୟ ଓଭରଟେକ୍ କରିବାକୁ ତାଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରିନାହିଁ । ଅନ୍ୟପଟରେ ସୁଙ୍ଗୁଡା ଦେଇ ଜାତୀୟ ରାଜପଥ ଯାଇଛଇ ଯାହା ଉପରେ ପଂଚାୟତ ଏବଂ ଜିଲ୍ଲା ପ୍ରଶାସନ ଏପରକି ରାଜ୍ୟ ସରକାରଙ୍କ ଅଧିକୃତ ନୁହେଁ । ଏହି ପଂଚାୟତରେ ଏପ୍ରର୍ଯ୍ୟନ୍ତ କୌଣସି କରୋନା ସଧିଗ୍ଧା ବା ରୋଗୀ ଚିହ୍ନଟ ହୋଇନାହାନ୍ତି । ଏଠାରୁ ମଧ୍ୟ ରାଜ୍ୟ ବାହାର କୌଣସି ଅତ୍ୟଧିକ ପ୍ରଭାସୀ ଓଡିଆ ମାନେ ଆସିନାହାନ୍ତି । କିନ୍ତୁ ନିଜ କ୍ଷମତା ଏବଂ ରାଜନୌତିକ ଅର୍ଥନୈତିକ ଅଭିସନ୍ଧି ରଖି ସରପଂଚ ମହୋଦୟା ସଟ ଡାଉନ୍ ଘୋଷଣା କରିବା ରାଜ୍ୟ ସରକାରଙ୍କ ନିୟମଙ୍କୁ ଉଲ୍ଲଘନ କରିବା ସହିତ ସମାନ ।

ସଟ ଡାଉନ ଘୋଷଣା ପୂର୍ବରୁ ପ୍ରଥମେ ସମ୍ପୁକ୍ତ ଅଂଚଳରକୁ ଅବରୋଧ ଅଚଂଳ ଭାବେ ଚିହ୍ନଟ ହେବ ଏହି ସମୟରେ ଉଚ୍ଚପଧାଧିକାରୀ ମାନେ ଉପସ୍ଥିତ ରହି ଏହାର ତଦାରଖ କରିବେ । ପରେ କେବଳ ସେହି ଅଂଚଳରକୁ ସଟ ଡାଉନ୍ ଘୋଷଣା କରିହେବ । ତାହା ପୁଣି ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ । ଏଠାରେ ଦୋକନା ବଜାର ଖୋଲାଇ ନଦେବା ପାଇଁ ଏଭଳି ଷଡଯନ୍ତ୍ର ହୋଇଥିବା ସୂଚନା ମିଳିବା ସହିତ ଚଣ୍ଡିଖୋଲ ଉପରେ ଧର୍ମଶାଳା ବ୍ଲକର ୪ଟି ପଂଚାୟତ ଏବଂ ବଡଚଣାର ୨ଟି ପଂଚାୟତର ଲୋକେ ନିର୍ଭରଶୀଳ । ଏହାକୁ ବନ୍ଦ କରି ଲୋକଙ୍କ ଜୀବନ ଜିବିକା ସହ ଖେଳ ଖେଳୁଥିବା ସରପଂଚ ଅନ୍ୟ ପାଖପାଂଚାରର ସରପଂଚ ମାନଙ୍କ ସହିତ ମଧ୍ୟ ଆଲୋଚନା କରିନାହିଁ । ଅନ୍ୟ ପଟରେ ସପରଚଂ କିଛି ଦୋକାନୀ ବେଆଇନ୍ ଭାବେ ଚାନ୍ଦା ମାଗିଥିବା ଏବଂ ଏହା ନମିଳିବାକରୁ ଦୋକନୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଏଭଳି କରିଥିବା ଚର୍ଚ୍ଚା ହେଉଛି । ଏହି ସଟ ଡାଉନ ଘୋଷଣା ପରେ ବଡଚଣା ବିଡିଓ ଏକ ପତ୍ର ସଂଖ୍ୟା ୨୦୪୪ ତା-୧୩.୦୫.୨୦୨୦ଲେଖି ସମସ୍ତ ସରପଂଚ ମାନଙ୍କୁ ବିନା କାରଣ ଏବଂ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଏହା ଘୋଷଣା କରିପାରିବେ ନାହିଁ ବୋଲି ଚିଠି ଲେଖିବାକୁ ସହିତ ଅଯଥା ଜନସାଧରଣଙ୍କୁ ବିଚଳିତ କରିବା ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟପଟରେ ସରପଂଚ ନିଜର କ୍ଷମତାର ଦୁରୁପୋଯୋଗ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ଟୁଇଟ ଯୋଗେ ଅଭିଯୋଗ କରାଯାଇଛି ସରପଂଚଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି ।

Related Posts

About The Author

Add Comment