ଲିଙ୍ଗରାଜ ପଣ୍ଡା,
ଫୁଲଟିଏ ମୋତେ କର ମହାପ୍ରଭୁ
ଅଗଣାରେ ଫୁଟୁଥିବି
ମାଳାରେ ଗ୍ରତ ହୋଇ ମୁଁ ତୁମର
ଗଳାରେ ଝୁଲି ରହିବି |୧|
ଦୀପଟିଏ ମୋତେ କର ଦୟାମୟ
ପାଦ ତଳେ ଜଳୁଥିବି
ଧୂପଟିଏ ମୋତେ କର ତୁମପାଶେ
ଜଳି ଜଳି ଝରିଯିବି |୨|
ଅନ୍ତରରେ ରହି ବିବେକ ରୂପରେ
ସଦା କହିଦିଅ ପ୍ଥ
ତୁମ ଆଶୀର୍ବାଦ ହରିବ ବିପଦ
ଚାଳିବ ଜୀବନ ରଥ |୩|
ପ୍ରେମେ ଭରିଦିଅ ହୃଦୟ ମୋହର
ହିଂସା, ଇର୍ଷା ହେଉ ଦୂର
ଦୟା, କ୍ଷମା, ତ୍ୟାଗ, ସେବା, ସହିଷ୍ଣୁତା
ଭୂଷଣ ହେଉ ମନର |୪|
ତବ ନିରାଜନା ତବ ଆରାଧନା
ପୂଜା ଓ ଅଚ୍ଚନା ପାଇଁ
ସେବା ଦାସଟିଏ କର ମୋତେ ପ୍ରଭୁ
ବିନତୀ କରୁଛି ମୁହିଁ |୫|
Related Posts
About The Author
Add Comment