ବିଧାୟୀକା ଗୋଳକୁଣ୍ଡ-ରତ୍ନଗିରୀ ରାସ୍ତାର ଶିଳାନ୍ୟାସ କଲେ

Spread the love

ଯାଜପୁର ସଦର,୦୧/୦୯/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଗୋଳକୁଣ୍ଡ-ରତ୍ନଗିରୀ ରାସ୍ତାର ଶିଳାନ୍ୟାସ ବରୀ ବିଧାୟୀକା ସୁନନ୍ଦା ଦାସ କରିବା ସହିତ ଏହି ରାସ୍ତାର ଉନ୍ନତି କରଣ କରିବା ପାଇଁ ଏହି ରାସ୍ତାଟି ପୃତ୍ତବିଭାଗ ଅଧିନକୁ ଆସିଥିବା ବେଳେ, ଏହି ରାସ୍ତାର ନୂତନ ନିର୍ମାଣ କରାଯିବା ପାଇଁ ବରୀ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତଥିଭାବେ ଯୋଗଦେଇ ଏହାକୁ ଶିଳାନ୍ୟାସ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ବକ୍ଲ ଅନ୍ତର୍ଗତ ବାଲିଆ କଲେଜ ନିକଟରେ ବିଧାୟୀକା ଏହି ରାସ୍ତାପାଇଁ ଶିଳାନ୍ୟାସ କରିଥିଲେ । ୧୭କୋଟି ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚୁକ୍ତି ହୋଇଥିବା ଜଣାଯାଇଚି । ଏହି ରାସ୍ତାକୁ ସମ୍ପୁର୍ଣ୍ଣ କରାଯିବା ସହିତ ଆସନ୍ତା ୨୦୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ରହିଚି । ଏହି ରାସ୍ତାର ୨୦୦୦ ମିଟର ଲମ୍ବର କାର୍ଯ୍ୟ କରାଯିବାପାଇଁ ସ୍ଥିର ହୋଇଚି । ସେହିପରି ୧୨ଗୋଟି ହୁମ ପାଇପ କଲଭଟ ସ୍ଥାନପାଇଥିବା ବେଳେ ଏହି ବ୍ୟୟ ଅଟକଳରେ ସ୍ଥାନ ପାଇଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସ ଶୁଭ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରୀ ବ୍ଲକ୍ ବିଜେଡ଼ି ସଭାପତି କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ପୂର୍ବତନ ସମିତ ଅଭିନ ଜେନା, ବରିଷ୍ଠ ବିଜେଡ଼ି ନେତା ଗଣେଷ ମହାକୁଡ଼, ସମିତି ସଭ୍ୟ ପ୍ରଦିପ ଘଡ଼େଇ, ପୂର୍ବତନ ସରପଂଚ ବିଜୟ ନାୟକ, ଅନିଲ ସାହଣୀ ଓ ବହୁ ବିଜେଡ଼ି ନେତା ଯୋଗଦାନ କରିଥିଲେ ।

Related Posts

About The Author

Add Comment