ବିଧାୟକଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

Spread the love

ଭୁବନେଶ୍ୱର ୭/୬ (ସନ୍ଧାନ ନିୟୁଜ) ଜନ ପ୍ରତିନିଧି ଭାବେ ରାଜ୍ୟର ପାଟଣାଗଡ ବିଧାନସଭାରୁ ଜନସାଧାରଣଙ୍କ ଦ୍ୱାରା ବିଧାନସଭା ଭଳି ଏକ ପବିତ୍ର କ୍ଷେତ୍ରକୁ ନିର୍ବାଚିତ ହୋଇଥିବା ବିଧାୟକ ନିକଟରେ ବିଧାନସଭାରେ ସମ୍ବିଧାନର ଲିପିବଦ୍ଧ ଥିବା ନିୟମକୁ ଶପଥ ନେବାର କିଛି ମୁହୁତ୍ୱ ପରେ ସର୍ବସଧାରଣରେ ଆଇନକୁ ହାତକୁ ନେବା ଓ ଏଭଳି ଦୃଶ୍ୟକୁ ମୋବାଇଲରେ ରେକଡିଙ୍ଗ୍ କରି ଭାଇରାଲ କରିବା ଘଟଣା ବିଧାୟକଙ୍କ ପାଇଁ ମହଙ୍ଗା ପଡିଛି । ଜଣେ ସରକାରୀ କର୍ମଚାରୀଙ୍କୁ ସର୍ବସାଧାରଣରେ କାନ ଧରି ଉଠବସ କରିବା ସହ ମାଡମାରିବା ଘଟଣାକୁ ନେଇ ବିଧାୟକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ସରକାରୀ କର୍ମଚାରୀ ଙ୍କ ସ୍ତ୍ରୀଙ୍କ ଏତଲା ଆଧାରରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ୩୪୧, ୩୬୩,୨୯୪,୩୨୩,୩୫୩,୩୫୫ ଦଫା ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ୟାତନା ନିରୋଧ ଆଇନର ଦଫା ୩ ଲାଗି ମାମଲା ରୁଜୁ ହୋଇଛି ବିଧାୟକଙ୍କୁ ବିଜେପି ଗିରଫ ଦାବି କରିବା ସହ ପାଟଣାଗଡ଼ ବିଧାୟକଙ୍କ ଏପରି ଆଚରଣ ପାଇଁ ତାଙ୍କୁ ଗିରଫ ଦାବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ନୂଆପଡା ଖରିଆରରୁ ଶୁକ୍ରବାର ସକାଳେ ପାଟଣାଗଡ଼ ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ ଉଦ୍ଧାର କରିଛି ପୁଲିସ । ନିମ୍ନମାନର କାମ ନେଇ କୌଣସି ଅଭିଯୋଗ ନଥିବାବେଳେ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ମାଡ ମାରିଥିବା ଜେଇ ଜୟକାନ୍ତ ଶବର କହିଛନ୍ତିା ଉକ୍ତ ଘଟଣାକୁ ପାଇଁ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି । ସୂଚନାଯୋଗ୍ୟ- ବିଧାୟକଙ୍କ ନାମରେ ଗତକାଲି ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ । ପାଟଣାଗଡ଼ ବିଧାୟକ ଜେଇ ଜୟକାନ୍ତଙ୍କୁ ସର୍ବସମ୍ମୁଖରେ ଉଠବସ କରାଇଥିବାର ଭିଡିଓ ଭାଇରଲ ହୋଇଥିଲା ।

Related Posts

About The Author

Add Comment