ଜେନାପୁର, ୧୧/୦୯/୨୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଆଦିବାସୀ ଗ୍ରାମ ହନୁଆ ମୁଣ୍ଡାସାହିରେ ରେ ବିଦ୍ୟୁତ ସେବା ରେ ଅନିୟମିତତା ଧର୍ମଶାଳା:ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ବିଛାଖଣ୍ଡି ରାଜସ୍ବ ଗ୍ରାମ ର ହନୁଆ ପଡ଼ା ଗ୍ରାମ ଟି ଆଦିବାସୀ ଙ୍କ ବାସସ୍ଥାନ ଅଟେ ।ଏହି ଗ୍ରାମକୁ ବିଦ୍ୟୁତ ଯୋଗାଇ ଦେଇ ଥିଲେ ବି ସରକାର ଓ ବିଦ୍ୟୁତ ବିଭାଗ ଗ୍ରାମରେ ବସବାସ କରୁଥିବା ସାଧାରଣ ଲୋକ ମାନଙ୍କୁ ବିଦ୍ୟୁତ ବ୍ୟବହାର କରିବା ପାଇଁ ଘରକୁ ଦେଇ ପାରି ନାହାନ୍ତି ।ବିଦ୍ୟୁତ ଖୁଣ୍ଟ, ତାର, ଟ୍ରାନ୍ସଫର୍ମର ରହିଛି କେବଳ ଅଧିବାସୀ ଲୋକ ମାନେ ବିଦ୍ୟୁତ ବିହୀନ ଖୁଣ୍ଟ,ତାର,ଟ୍ରାନ୍ସଫର୍ମରକୁ କେବଳ ଦେଖି ମନ ଖୁସି କରୁଥିବା ମନେ ହୁଏ ।ଏହି ବିଦ୍ୟୁତ ଯୋଗାଣ ସୁବିଧା ସାର୍ବଜନୀନ ହୋଇ ଲୋକମାନେ କିପରି ସୁଫଳ ପାଇ ପାରିବେ ଏଥିପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଆକର୍ଷଣ କଲେ ସମସ୍ୟା ସମାଧାନ ହୋଇ ପାରନ୍ତା ଏବଂ ହନୁଆ ଗ୍ରାମବାସୀ ବିଦ୍ୟୁତ ପାଇ ପାରନ୍ତେ ।
ବିଦ୍ୟୁତ ସେବାରେ ଅନିୟମିତତା
|
September 11, 2020 |


