ବିଦ୍ୟୁତ ସଂଯୋଗ ବେଳେ ଶ୍ରମିକ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନ ହସ୍ତକ୍ଷେପ, ବିଦ୍ୟୁତ ବିଭାଗ ଓ ଠିକା ସଂସ୍ଥା ପାଇଁ ଅଡୁଆ ବଢିଲା
ବିଦ୍ୟୁତ ସଂଯୋଗ ବେଳେ ଶ୍ରମିକ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନ ହସ୍ତକ୍ଷେପ, ବିଦ୍ୟୁତ ବିଭାଗ ଓ ଠିକା ସଂସ୍ଥା ପାଇଁ ଅଡୁଆ ବଢିଲା
Manas Kumar Rout |
February 26, 2019 |
ରସୁଲପୁର,୨୬/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ୩୧ଡିସେମ୍ବର, ୨୦୧୮ ଠିକା ସଂସ୍ଥା ଦ୍ୱାରା ବିଦ୍ୟୁତ ସଂଯୋଗକୀରଣ କାର୍ଯ୍ୟ ଚାଲୁଥିôବା ବେଳେ କାର୍ଯ୍ୟରତ ଶ୍ରମିକ ଦିନବଂଧୁ ସେଠୀ(୨୫)ର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଏକ ମାମଲା ସାମାଜିକ କର୍ମୀ ଜୟନ୍ତ ଦାସ ୧ଜାନୁଆରୀ,୨୦୧୯ରେ ଜାତୀୟ ମାନାବାଧିକାର କମିଶନ ନିକଟରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ କ୍ଷତିଗ୍ରସ୍ତ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କମିସନ ନିକଟରେ ଦାବି କରିଛନ୍ତି । ଉକ୍ତ ଅଭିଯୋଗକୁ ଭିତ୍ତିକରି କମିସନ ପକ୍ଷରୁ ବିଦୁ୍ୟତ ବିଭାଗ(ନେସ୍କୋ), ଠିକାସଂସସ୍ଥା (ମା ପଳାଶବୁଢି ଇଲେକ୍ଟ୍ରିକାଲ ଆଣ୍ଡ ସିଭିଲ କଷ୍ଟ୍ରକସନ), ରାଜ୍ୟ ସରକାର ଓ ଯାଜପୁର ଜିଲା ପୋଲିସକୁ ଜବାବ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । କମିଶନ ପକ୍ଷରୁ ପକ୍ଷମାନେ ନୋଟିସ ପାଇବାର ୪ସପ୍ତାହ ଅର୍ଥାତ ମାର୍ଚ୍ଚ ୮ତାରିଖରେ କମିସନ ସମ୍ମୁଖରେ ହାଜର ହେବା ନେଇ ନିଦେ୍ର୍ଦଶରେ ଉଲ୍ଲେଖ ରହିଛି । ଉକ୍ତ ନୋଟିସ ସଂପର୍କରେ ଗଣମାଧ୍ୟମରୁ ସୂଚନା ପାଇବା ପରେ ଏ ନେଇ ପକ୍ଷମାନଙ୍କର ବ୍ୟସ୍ତତା ବଢିଯାଇଛି ।
ପ୍ରକାଶ ଯେ ପାଣି ଟାଙ୍କିକୁ ବିଦୁ୍ୟତ ସଂଯୋଗୀକରଣ ବେଳେ କାର୍ଯ୍ୟରେ ନିୟୋଜିତ କେନ୍ଦ୍ୁଝର ଜିଲା ରାଇସୁଆଁ ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମର ଚତୃଭୂଜ ସେଠୀଙ୍କ ପୁଅ ଦିନବଂଧୁ ବିଦୁ୍ୟତ ସଂଶ୍ପର୍ଷରେ ଆସି ପ୍ରାଣ ହରାଇଥିଲା । ଏ ସଂପର୍କରେ ଧର୍ମଶାଳା ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ପୋଲିସ ଏ ନେଇ ଥାନାରେ ଏକ ଅପମୃତ ମାମଲା(୦୧/୨୦୧୯) ରୁଜୁ କରି କାମ ସାରିଦେଇଥିଲା । ମୃତକ ପରିବାର ଲୋକେ ନିରୀହ ଓ ଗରିବ ପରିବାର ହୋଇଥିବାରୁ ଠିକାସଂସ୍ଥା ପକ୍ଷରୁ ସଏମୋନଙ୍କୁ କିଛି ଅର୍ଥ ଦିଆଯାଇ ମାମଲାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ । ମୃତ ଯୁବକର ପରିବାର ଆଇନ ସଂପର୍କରେ ଅନଭିଜ୍ଞତାକୁ ଫାଇଦା ଉଠାଇବାକୁ ଚାହୁଁଛି ଠିକାସଂସ୍ଥା । ସେ କ୍ଷତିପୁରଣ ବାବଦକୁ ପୋଲିସ ମଧ୍ୟସ୍ଥାରେ ଏକ କାଳୀନ କିଛି ଟଙ୍କା ଦେଇ ହାତ ଝାଡି ଦେଇଛି । ଏ ନେଇ ଜାତୀୟ ମାନବାଧିକାର କମିସନ ନିକଟରେ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ ନେଇଛି । କ୍ଷତିଗ୍ରସ୍ତ ପରିବାରକୁ ଅଧିକ କ୍ଷତିପୂରଣ ମିଳିବା ସମ୍ଭାବନା ଉଜ୍ଜଳ ହୋଇଉଠିଛି । ତେଣୁ ପକ୍ଷମାନେ ମୁଣ୍ଡରୁ ଦୋଷ ଖସାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛନ୍ତି । ଏହି ମାମଲାରେ ବିଦୁ୍ୟତ ବିତରଣ ବିଭାଗକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦାୟୀ କରାଯାଉଛି । ମାତ୍ର ବିତରଣ ସଂସ୍ଥା ନେସ୍କୋ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ନିଜ ଆଡୁ ପ୍ରସ୍ତୁତ ଚଳାଇଛି । ଏ ଦିଗରେ କୁଆଖିଆ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନାୟକଙ୍କୁ ପଚାରିବାରୁ ସେ ଏ ଦିଗରେ କୌଣସି ନୋଟିସ ପାଇନାହାଁନ୍ତି । ମାତ୍ର ଏ ନେଇ ବିଦୁ୍ୟତ ବିଭାଗର ନିରୀକ୍ଷକ ତଦନ୍ତ କରିବେ ଓ ସେ ଏ ଦିଗରେ କମିଶନକୁ ରିପୋର୍ଟ ଦେବ । ଏହାଛଡା ଘଟଣାରେ ତାଙ୍କ ବିଭାଗର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି । କୌଣସି ଠିକାସଂସ୍ଥା ତାଙ୍କ ବିଭାଗ ପକ୍ଷରୁ ବିଦୁ୍ୟତ ସଂଯୋଗ କରିବା ନେଇ ଅନୁମତି ଲୋଡିନଥିଲେ କି ତାଙ୍କର କୌଣସି କର୍ମଚାରୀ ଏ ଦିଗରେ ଅବଗତ ନଥିଲେ ବୋଲି ମତ ରଖିଛନ୍ତି । ତେଣେ ଥାନା ପକ୍ଷରୁ ମାମାଲାକୁ ରଫାଦଫ କରିବା ପାଇଁ ମୃତ ଯୁବକର ପରିବାରଠାରୁ ଲିଖିତ ଆକାରରେ ରଖାଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି । ଠିକାଦାରକୁ ଖସାଇବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି । ଠିକାସଂସ୍ଥା ବିରୁଦ୍ଧରେ ପୋଲିସ କାହିଁକି ମାମାଲା ରୁଜୁ କରିନାହିଁ ସେ ଦିଗରେ ଆବଦେନକାରୀ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ସେ ଏ ଦିଗରେ ଠିକା ସଂସ୍ଥା ନାମରେ ଆଉ ଏକ ମାମଲା ରୁଜୁ କରିବେ ବୋଲି ସୂଚନା ଦେଇଛନ୍ତି । ଏ ପରେ ଠିକା ସଂସ୍ଥା ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି । ଏ ନେଇ ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଏ ନେଇ କୌଣସି ନୋଟିସ ପାଇ ନଥିବା କଥା ପ୍ରକାଶ କରିଛନ୍ତି । ତେଣେ ଠିକାସଂସ୍ଥା କ୍ଷତିଗ୍ରସ୍ତ ପରିବାରକୁ ଟଙ୍କା କେଇଟା ଦେଇ ମାମାଲାକୁ ରଫାଦଫା କରି ଦେଇଛନ୍ତି ବୋଲି ମନେକରୁଛି । ହେଲେ ଶ୍ରମିକର ମୃତୁ୍ୟ ପାଇଁ ଯେ ଠିକାସଂସ୍ଥା ସଂପୂର୍ଣ୍ଣଦାୟୀ ବୋଲି ଆଦୌ ମନେ କରୁନାହାଁନ୍ତି । ଏ ସଂପର୍କରେ ଠିକାଦାର ପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କୌଣସି ନୋଟିସ ପାଇନାହାଁନ୍ତି ବୋଲି ଅତି ହାଲୁକା ଭାବରେ ମତରଖିଛନ୍ତି । ତେବେ ଜଣେ ନିରୀହ ଶ୍ରମିକ ପେଟ ପାଇଁ କାମ କରି ମୃତୁ୍ୟ ବରଣ କରିଛି । ସେ ମରିଯିବା ପରେ ତା ପରିବାର ଏକମାତ୍ର ରୋଜଗାରିଆ ପୁଅ ହରାଇ ବିଧବା ସ୍ତ୍ରୀ, ଛୋଟ ଶିଶୁ ପୁତ୍ର, ମାତାପିତା ଅସହାୟ ମଣୁଛନ୍ତି । ଏ ଦିଗରେ ଉକ୍ତ ପରିବାରକୁ କ୍ଷତିପୂରଣ ବାବଦକୁ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରିବା ସହ ଏ ଦିଗରେ ଅବହେଳା ପ୍ରଦର୍ଶନ କରିଥିବା ବିଭାଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
Related Posts
About The Author