ଯାଜପୁର, ୩୦/ ୬ (ସନ୍ଧାନ ନିୟୁଜ) ବାରମ୍ବାର ବିଦ୍ୟୁତ ସରବରାହ ବିଛିନ୍ନ କୁ ଦାୟୀ କରି ବୈରୀ ପଞ୍ଚାୟତ ଲୋକେ ଆଜି ଡ଼ାଲମିୟାଁ ଓସିଏଲ୍ କମ୍ପାନୀ ର ଶହ ଶହ ସିମେଣ୍ଟ ବୋଝେଇ ଟ୍ରକ ଗୁଡ଼ିକୁ ଗାଁ ଲୋକ ଅଟକ ରଖିଛନ୍ତି।ଗ୍ରାମବାସୀ ଙ୍କ ଅଭିଯୋଗ ହେଲା ପ୍ରଥମତଃ ଓସିଏଲ୍ କମ୍ପାନୀ ସଂମ୍ପୁର୍ଣ ବେଆଇନ ଭାବେ ଗ୍ରାମର ବହୁ ଘରୋଇ ଚାଷ ଜମି ଏବଂ ଜଙ୍ଗଲ ଜମିରେ ଚଞ୍ଚକତା କରି ନିଜସ୍ୱ ବ୍ୟବହାର ପାଇଁ ଏକ ରାସ୍ତା ନିର୍ମାଣ କରିଛି।ଦୀତୀୟତଃ ପୂର୍ବରୁ ଯେଉଁ ଖୁଣ୍ଟରେ ବିଦ୍ୟୁତ ସଂଯୋଗ କରାଯାଇଥିଲା ରାସ୍ତା ନିର୍ମାଣ ସମୟରେ ସେ ଖୁଣ୍ଟି ଗୁଡ଼ିକର ଉଚ୍ଚତା ହ୍ରାସ ପାଇବା ଯୋଗୁଁ ବଡ଼ ବଡ଼ ଉଚ୍ଚତା ଟ୍ରକ ଯିବା ଆସିବା କରିବା ଫଳରେ ବାରମ୍ବାର ତାର ଛିଡିଯିବା ହେତୁ ଲୋକମାନେ ନାହିଁ ନଥିବା ହିନସ୍ଥା ହେଉଛନ୍ତି।ଯାହାକି ଓସିଏଲ୍ କତୃପକ୍ଷ ଦୈନିକ ସେହି ରାସ୍ତାରେ ଯିବା ଆସିବା କରୁଥିଲେ ମଧ୍ୟ ସବୁ ଜାଣି ନ ଦେଖିବା ଭଳି ହେଉଛନ୍ତି।ଯେପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନହୋଇଛି ସେତେବେଳେ ପର୍ଯ୍ୟନ୍ତ ରାସ୍ତା ରୋକ୍ ଜାରି ରହିବ ବୋଲି ଗ୍ରାମବାସୀ ମତ ଦେଇଥିଲେ।
https://www.youtube.com/watch?v=2zRE4fzDzEE




