ବାଲିଗୁଡା, ୦୧/୧୨ (ସନ୍ଧାନ ନିଉଜ) : ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁରେ ଜଣେ ଯୁବକ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଲଣ୍ଡା ଗାଁର ବୁଡୁ ରଣା। କୌଣସି କାରଣରୁ ଯୁବକ ଜଣକ ବିଦ୍ୟୁତ ଖୁଣ୍ଟରେ ଚଢ଼ିଯିବା ଫଳରେ ଏଭଳି ଏକ ଅଭାବନୀୟ ଘଟଣାଟି ଘଟିଛି।
ସୂଚନା ଯୋଗ୍ୟ ଯେ, ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁରେ ବୁଡୁ ରଣା ବିଦ୍ୟୁତ ୧୧ କେ.ଭି ସଂସ୍ପର୍ଶରେ ଆସି ଯିବାରୁ ଘଟଣା ସ୍ଥିଳରେ ତାଙ୍କ ମୃତ୍ୟୁ ହୋଇଛି। ଯୁବକ ଟ୍ରାନ୍ସଫର୍ମରରେ ଚଢିଯିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରେ ଏ ଯାଏଁ ପୋଲିସ୍ ପହଞ୍ଚି ନଥିବାରୁ ଲୋକ ମାନଙ୍କ ଉତ୍ତେଜନା ଦେଖା ଦେଇଛି।



