ରାଉରକେଲା, ୦୭/୦୮/୨୦ (ସନ୍ଧାନ ନିଉଜ) : ଆଜି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ସାତଟା ସମୟରେ ଜଲଦା ଗ୍ରାମ ପଂଚାୟତ ଅନ୍ତର୍ଗତ ଜଲଦା ‘ବି’ ବ୍ଲକରେ ଘଟିଛି ଏକ ଅଘଟଣ । ଜଲଦାରେ ରହୁଥିବା ପର୍ଶୁ କିସାନଙ୍କ ପୁତ୍ର ୧୫ ବର୍ଷିୟ ରୋହନ କିସାନ ସକାଳେ ଘରେ ଲାଗିଥିବା ଇନର୍ଭଟରକୁ ମରାମତି କରୁଥିବା ବେଳେ, ଅସାବଧାନତା ଯୋଗୁ ତାର ହାତ ଇନଭଟର ତାରରେ ବାଜି ଯିବାରୁ ସେ ବିଦ୍ୟୁତ ଆଘାତରେ ଆହତ ହୋଇଥିଲା । ତା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ପରିବାର ଲୋକେ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଥିଲେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ରୋହନକୁ ମୃତ ଘୋଷଣା କରିଥିଲେ । ଏହି ସମ୍ପର୍କରେ ଜଲଦା ଫାଣ୍ଡ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହି ଦୁଖଦଃ ଘଟଣାକୁ ନେଇ ଅଂଚଳରେ ବସବାସ କରୁଥିବା ବାସିନ୍ଦାଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି ।
ବିଦ୍ୟୁତ ଆଘାତରେ ଉଡ଼ିଗଲା ବାଳକର ପ୍ରାଣବାୟୁ
|
August 7, 2020 |



