ବିଦ୍ୟୁତ ଆଘାତରେ ଆହତ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ,

Spread the love

ଜେନାପୁର, ୦୬/୦୯ (ସନ୍ଧାନ ନିୟୁଜ /ପ୍ରଶାନ୍ତ ସାମଲ )ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ଜେନାପୁର ଥାନା ଅଧିନ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମୁଥା ମଲ୍ଲିକଙ୍କ ପୁଅ ରଙ୍ଗାଧର ମଲ୍ଲିକ (୫୪)ବୋଲି ଜଣାପଡିଛି।ଖବର ଅନୁସାରେ ରଙ୍ଗାଧର ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏମ୍ଏସଆଇଏଲ ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଗତ ଅଗଷ୍ଟ ମାସ ୨୭ ତାରିଖ ବୁଧବାର ଦିନ ପୂର୍ବାହ୍ନରେ କନ୍ତପଡ଼ା ଛକ ନିକଟରେ କାମ କରୁଥିଲେ। ଏହି ଠାରେ ଫ୍ଲାଏ ଓଭର ବ୍ରିଜ କାମ ଚାଲୁ ରହିଥିବା ବେଳେ ଅଟୋ ଲେବୁଲ ମେସିନର ପ୍ରିଜିମ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଅଟୋ ଲେବୁଲ ମେସିନର ଅପରେଟର ଦୂରରେ ଥାଇ ମେସିନ ରେ ଲେବୁଲ ଚେକ କରୁଥିଲେ ଏବଂ ରଙ୍ଗାଧର ପ୍ରିଜିମ ମ୍ୟାନ ଭାବେ ତାଙ୍କୁ ଷ୍ଟାଇପଡ଼ ଧରି ସହଯୋଗ କରୁଥିଲେ। ଇଲେକ୍ଟ୍ରି ଅଫିସ ନିକଟରେ ବ୍ୟାରିକେଟ ଦିଆ ଯାଇଥିବା ନିଷିଦ୍ଧାଞ୍ଚଳ ଭିତରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଥିଲେ। ପ୍ରିଜିମ ମ୍ୟାନ ରଙ୍ଗାଧର ଧରିଥିବା ଷ୍ଟାଇପଡ଼ ଟି ଆଲୁମିନିୟମ ର ହୋଇଥିବାରୁ ସେ ଷ୍ଟାଇପଡ଼ କୁ ଉପରକୁ ଉଠାଇବା ବେଳେ ୩୩ କେଭି ତାରକୁ ଲାଗି ଯାଇଥିଲା। ଏହା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଶକ୍ତି ପ୍ରବାହ କରୁଥିବାରୁ ତାଙ୍କ ଠାରେ ଆଘାତ ଲାଗି ଛାତି, ପିଠି, ଗୋଡ଼ ଏବଂ ଗୋଟିଏ ଆଙ୍ଗୁଠି ସହିତ ଦେହର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକମାନେ ବିଦ୍ୟୁତ କାର୍ଯ୍ୟାଳୟ ରେ ଥିବା ଗାଡ଼ି ରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ଶୁକ୍ରବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା, ଏ ନେଇ ମୃତକ ପରିବାର ବନ୍ଧୁ ବାନ୍ଧବ ଗ୍ରାମବାସୀ ଙ୍କ ସହ ଅଞ୍ଚଳର ବହୁ ମହିଳା ପୁରୁଷ ଯୁବକ ମାନେ ରାସ୍ତାରେ ଟାୟାର ଜାଳି ୫୩ ନମ୍ବର ଜାତୀୟ ରାଜପଥ ବାଲି ସାହି ଛକ ନିକଟରେ କ୍ଷତି ପୂରଣ ଦାବିରେ ରାସ୍ତାରେ ବସିଥିଲେ, ଦାବି ଥିଲାକି ମୃତକ ପରିବାରକୁ ତିରିଶି ଲକ୍ଷ୍ୟ ଟଙ୍କା ଓ ତାଙ୍କ ପୁଅକୁ ସ୍ଥାଇ ନିଯୁକ୍ତି,ଉତ୍ତେଜନା କୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ ଯାଜପୁର ରୋଡ଼ ଏସ ଡି ପି ଓ ଲକ୍ଷ୍ମୀଧର ସ୍ୱାଇଁ ଓ ଜେନାପୁର ପୋଲିସ ପହଂଚି. ସ୍ତିସ୍ଥି ନିୟନ୍ତ୍ରଣ କରିବା ସହିତ ମୃତକ ପରିବାର ଲୋକଙ୍କୁ ବୁଝାସୁଝାକରିଥିଲେ, ଦୀର୍ଘ ଛ ଘଣ୍ଟା ଦୁଇ ପାର୍ଶ୍ୱରେ ହଜାର ହଜାର ଗାଡ଼ି ଛିଡା ହୋଇଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିଲେ, ପରେ ଦାବି ପୂରଣ ହେବାରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା

Related Posts

About The Author

Add Comment