ବିଦ୍ୟୁତ୍ ସଟ ସର୍କିଟ ଯୋଗୁଁ ଗ୍ୟାସ ସିଲିଣ୍ଡର୍ ବିସ୍ଫୋରଣରେ ଘର୍ ପୋଡ଼ି ପାଉଁଶ
ସୁନ୍ଦରଗଡ ତା :୯/୨/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ କିଞ୍ଜିରକେଲା ରେ ଏକ ଘରେ ନିଆଁ ଲାଗିବା ଫଲରେ ତାହା ଘରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର କୁ ନିଆଁ ଲାଗିବା ଦ୍ଵାରା ନିଆଁ ତାର ବିରାଟ ରୁପ ଧାରଣ କରି ପୁରା ଘରକୁ ପାଉଁଶ କରି ଦେଇଥିଲା ।ଏହା ମଧ୍ୟାହ୍ନ ସମୟରେ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା । ଦମକଳ ବାହିନୀ ପହଞ୍ଚିବା ପରେ ପାୟ ଅଢେଇ ରୁ ତିନି ଘଣ୍ଟା ସଂଘର୍ଷ କରିବା ପରେ ନିଆଁ କୁ ଆୟତ କରିଥିଲେ ।ଏହି ବିସ୍ଫୋରଣରେ ଘର୍ ର ସମୂହ ଜିନିଷ ପତ୍ର ପୋଡିବା ସହିତ ନଗତ ୫୦ହଜାର ଟଙ୍କା ଥିବା ପରିବାର ବର୍ଗଙ୍କ ସୂତ୍ରରୁ ଜଣା ପଡ଼ିଛି । ପୀଡିତ ହୋଇଥିବା ପରିବାର ଜିଲ୍ଲା ପ୍ରଶାସନକୁ କିଛି ଅନୁକମ୍ପା ରାଶି ସାହାଯ୍ୟ କରିଥିବା ସୂଚନା ମିଳିଛି ।
ବିଦ୍ୟୁତ୍ ସଟ ସର୍କିଟ ଯୋଗୁଁ ଗ୍ୟାସ ସିଲିଣ୍ଡର୍ ବିସ୍ଫୋରଣରେ ଘର୍ ପୋଡ଼ି ପାଉଁଶ
|
March 9, 2025 |
